କୁକୁଡ଼ାଖଣ୍ଡି ବ୍ଳକରେ ସାପ୍ତାହିକ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0
187

କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ବୈଠକ ଗୃହରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ କୁକୁଡ଼ାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଶ୍ରୀମତି କୁସୁମ କୁମାରୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ସମ୍ମାନିତ ଅତିଥି ରୁପେ କୁକୁଡ଼ାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ,ସଦର ଥାନା ମହିଳା ଅଧିକାରୀ ମଧୁସ୍ମିତା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସୁକଣ୍ଠ ପଣ୍ଡା ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ ।ତେବେ ଏହି ଅବସରରେ ମନୀଷ ନାମକ ଜଣେ ସ୍କୁଲ ଛାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ପୁରୁଷ ଓ ନାରୀ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ଅଟନ୍ତି ଏବଂ ପୁରୁଷ ମାନେ ଯାହା କରିପାରିନାହାନ୍ତି ତାହା ମହିଳା ମାନେ କରି ଦେଖାଇଛନ୍ତି ବୋଲି କହିଥିଲେ ।ସେହିପରି କୁକୁଡ଼ାଖଣ୍ଡି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ” ମୁଝେ କ୍ୟା ପେସା ବିଚେଗା ” ନାମରେ ନୃତ୍ୟ ପରିବେଷଣ କରି ସଚେତନତା କରିଥିଲେ ।ସେହିଭଳି କୁକୁଡ଼ାଖଣ୍ଡି ବ୍ଲକର କିଛି ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଶିଶୁ ନିର୍ଯ୍ୟାତନା,ବାଲ୍ୟ ବିବାହକୁ ନା, ଯଦି ବାଲ୍ୟ ବିବାହ କରନ୍ତି ତେବେ ୨ଲକ୍ଷ ଟଙ୍କା ଜରିମାନା ଦେବେ ,୧୮ ବର୍ଷରୁ କମ ବୟସ୍କ ଝିଅଙ୍କୁ ବିବାହ କରିବା ଦ୍ୱାରା ସେମାନେ କିଭଳି ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି,ତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନାଟକ ପରିବେଷଣ କରାଯାଇଥିଲା ।ପରେ କୁକୁଡ଼ାଖଣ୍ଡି ଗ୍ରାମର ଜଣେ ୫ମାସର କୁନି ଝିଅକୁ “ମୋ ଗେହ୍ଲା ଝିଅ କରି ତାକୁ ନୂତନ ଡ୍ରେସ୍ ପିନ୍ଦାଇ ସମସ୍ତ ଅତିଥିମାନେ ନଜି କୋଳରେ ଧରି ଝୁଲାଇ ଥିଲେ ଏବଂ କେକ୍ କାଟି ଉତ୍ସବ ପାଳନ କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଶ୍ରୀମତୀ କଲ୍ୟାଣି ଦେବୀ ପ୍ରଥମେ ନିଜେ ପରିବର୍ତ୍ତନ ହେଲେ ଦୁନିଆ ପରିବର୍ତ୍ତନ ହୋଇପାରିବା ସହ ଜଣେ ମହିଳାଙ୍କୁ ନିଜ ଘରେ ହିଁ ସଂମ୍ମାନ ଦେବା ଆରମ୍ଭ କରନ୍ତୁ ଦେଖିବେ ନିଶ୍ଚିତ ଭାବେ ଦୁନିଆର ପ୍ରତ୍ୟେକ ମହିଳାଙ୍କୁ ସଂମ୍ମାନ ମିଳିବ । ବର୍ତ୍ତମାନ ପୁରୁଷ ମାନଙ୍କ ଦ୍ଵାରା ଝିଅ ଓ ମହିଳା ମାନଙ୍କୁ ଯେଉଁଭଳି ଅତ୍ୟାଚାର ଓ ଦୁଷ୍କର୍ମ ହେଉଛି ତାହାକୁ ପ୍ରତିବାଦ କରିବା ପାଇଁ ମା ଦୁର୍ଗାଙ୍କ ରୂପ ଧାରଣ କରିବାକୁ ପଡିବ ବୋଲି କହିବା ସହ ଏକ ସୁନ୍ଦର ଗୀତ ମାଧ୍ୟମରେ ବର୍ଣ୍ଣନା କରିଥିଲେ ।ସେହିଭଳି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀମତୀ ପଲ୍ଲବୀ ସ୍ବାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ,ଜଣେ ମହିଳାଙ୍କୁ ନିଜ ଘରେ ହିଁ ସଂମ୍ମାନ ଦେବା ଆରମ୍ଭ କରନ୍ତୁ,ଦେଖିବେ ନିଶ୍ଚିତ ଭାବେ ଦୁନିଆର ପ୍ରତ୍ୟେକ ମହିଳାଙ୍କୁ ସଂମ୍ମାନ ମିଳିବ ।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁ ଓ ମହିଳା ମାନଙ୍କ ନିମନ୍ତେ ବିଜୁ କନ୍ୟା ରତ୍ନ ଯୋଜନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି ସବୁ ଯୋଜନାକୁ କାଗଜ କଲମରେ ସୀମିତ ନରଖି ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇ ସମସ୍ତ ମହିଳାଙ୍କୁ ଏଥିରେ ସାମିଲ କରି ସଚେତନତା ସୃଷ୍ଟି କରନ୍ତୁ ବୋଲି କହିଥିଲେ ।ସେହିଭଳି ନାରୀ ବିନା ସଂସାର ଅନ୍ଧକାର ବୋଲି ସିଡିପିଓ ନିଜ ବକ୍ତବ୍ୟରେ କହିଥିଲେ ।ସେହିଭଳି ଡିସିପିଓ ଶ୍ରୀ ସୁଦାମ ପାଣିଗ୍ରାହୀ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୂଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ” ମୋ ଗେହ୍ଲା ଝିଅ “କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ପ୍ରଚାର ପ୍ରସାର କରିଥିଲେ ।ଯାହାକୁ ଆଜି ଗଞ୍ଜାମ ଜିଲ୍ଲାବାସୀ ମନେ ମନେ ପକାଉଛନ୍ତି ।ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ସୋସିଆଲ ୱାର୍କର ସୁକଣ୍ଠ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ ,ବର୍ତ୍ତମାନ ଆମ ଭାରତ ଦେଶରେ ଓଡ଼ିଶା ଦୁଷ୍କର୍ମରେ ଏକ ନମ୍ବରରେ ରହିଥିବା ବେଳେ ନାରୀ ନିର୍ଯ୍ୟାତନାର ତିନି ନମ୍ବରରେ ରହିଛି ।ଏଥିପାଇଁ ଆମେ ସମସ୍ତେ ମହିଳା ଓ ଝିଅ ମାନଙ୍କୁ ଯେପରି ସୁରକ୍ଷା ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ଆଜିର ଏହି ମହିଳା ଦିବସ ପାଳନ ଅବସରରେ ଶିହଳା ଗ୍ରାମର ଦିବ୍ୟଜ୍ୟୋତି ପରିଡା ନାମକ ଜଣେ ଝିଅ ୧୮ ବର୍ଷ ହେବା ପୂର୍ବରୁ ଗତ ବର୍ଷ ବିବାହ ହୋଇପଡ଼ିଥିଲେ ।କିନ୍ତୁ ତାର ବୟସ ମାତ୍ର ୧୭ ବର୍ଷ ହୋଇଥିଲା ।ତେବେ ଉକ୍ତ ଝିଅକୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ରହିବା ପାଇଁ କୁହାଯାଇଥିଲା ।ସେ ମଧ୍ୟ ଏହାକୁ ପାଳନ କରିଥିଲେ ଏବଂ ପାଠ ପଢା ଜାରି ରଖିଥିଲେ ।ସେହି ଝିଅକୁ ଆଜି ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସେହିଭଳି ବେଷ୍ଟ ଆଶା କର୍ମୀ ଭାବେ ଜେ ପଦ୍ମା ଆଚାରୀ,ବେଷ୍ଟ ଅଙ୍ଗନବାଡି କର୍ମୀ ଭାବେ ରିନୁ ସାହୁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଗଦଳପୁର ସଂଗ୍ରାମ ଏସହେଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିବା ବେଳେ ବ୍ଲକର ସବୁ ସେକ୍ଟର ମାନଙ୍କ ମଧ୍ୟରେ ଭଲ ଅଙ୍ଗନବାଡି କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା ।କୁକୁଡ଼ାଖଣ୍ଡି ତହସିଲଦାରଙ୍କର ସାହାସିକତା ପାଇଁ ଆଜି ତାଙ୍କୁ ବ୍ଲକ ବିଡ଼ିଓ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁକୁଡ଼ାଖଣ୍ଡି ସୁପ୍ରଭାଇଜର୍ ଲିଜା ସେଠି ଅତି ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଅଙ୍ଗନବାଡି ସଙ୍ଘ ସଭାପତି ମାଣିକେଶ୍ୱରୀ ପଟ୍ଟନାୟକ,ସମ୍ପାଦୀକା ସୁଦେଷ୍ଟା ପଟ୍ଟନାୟକ,କୋଷାଧ୍ୟକ୍ଷ ପ୍ରମିଳା ଜେନା,ସୁପ୍ରଭାଇଜର ମମତା ପଣ୍ଡା,ପ୍ରତିଭା ମହାନ୍ତି,ସ୍ମିତାମୟୀ ପ୍ରଧାନ,ଉଷା ପଟ୍ଟନାୟକ,ଶର୍ମିଷ୍ଠା ପଣ୍ଡା,ସବିତା ଜେନା,ସ୍ୱର୍ଣ୍ଣଲତା ଦେବୀ,ଶାନ୍ତିଲତା ଗମାଙ୍ଗ ଓ ଛବିଲତା ଦେବୀ,ଡାଟା ଅପରେଟର ସନ୍ତୋଷ ପାତ୍ର ଓ ରଙ୍କ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here