ଲୁହା ଗ୍ରୀଲରେ ଲାଗି ଗୁରୁତର ଆହତ ଗାଇର ଅସ୍ତ୍ରୋପ୍ରଚାର ପରେ ପାଇଲା ନୂତନ ଜୀବନ

0
232

ବ୍ରହ୍ମପୁର:ସ୍ଥାନୀୟ ପ୍ରେମ ନଗର ମୁଖ୍ୟ ରାସ୍ତାରେ ଥିବା ଷ୍ଟେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କାର୍ଯ୍ୟାଳୟର ଫାଟକ ଲୁହା ଗ୍ରୀଲରେ ଲାଗି ଗୋଟିଏ ଗାଇର ପେଟଟି ଚିରି ଯାଇଥିଲା। ଗାଇଟି ସେହି ଗ୍ରିଲରେ ଲାଗି ଝୁଲନ୍ତା ଅବସ୍ଥାରେ ରହିଥିଲା। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ କର୍ମଚାରୀ ଆସି କୌଶଳକ୍ରମେ ତାହାକୁ ବାହାର କରିଥିଲେ। କିନ୍ତୁ ସେହି ସମୟରେ ଗାଇଟିର ଅନ୍ତପୁଟା ବାହାରକୁ ବାହାରି ଆସିଥିଲା ଏବଂ ଗୁରୁତର ଭାବେ ରକ୍ତାକ୍ତ ଅବସ୍ଥାରେ ଗାଇଟି ଉକ୍ତ ସ୍ଥାନରେ ବୁଲୁଥିଲା। ଏହାପରେ ସ୍ଥାନୀୟ ଜନ ସାଧାରଣ ପଶୁ ଚିକିତ୍ସାଳୟ ଏବଂ ସ୍ଥାନୀୟ ପଶୁପ୍ରେମୀ କାହ୍ନୁ ସାହୁଙ୍କୁ ଜଣାଇଥିଲେ। ଖବର ପାଇ ପଶୁପ୍ରେମୀ ଓ ପଶୁ ଚିକିତ୍ସାଳୟ କର୍ମଚାରୀମାନେ ପହଞ୍ଚି ଦେଖିବା ବେଳକୁ ଗାଇଟିର ଅନ୍ତପୁଟା ଏବଂ ପେଟ ମଧ୍ୟରେ ଥିବା ସମସ୍ତ ଅଙ୍ଗ ବାହାରେ ଝୁଲୁଥିଲା। ଏହାପରେ ସେହି ସ୍ଥାନରେ ହି ଗାଇଟିର ଅସ୍ତ୍ରୋପ୍ରଚାର କରିବା ପାଇଁ ପଶୁ ଚିକିତ୍ସକ କହିଥିଲେ ଏବଂ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଥିଲେ। ଗାଇଟିକୁ ପ୍ରଥମେ ନିସ୍ଚେତକ ଦେବା ସହିତ ତାହାର ଅସ୍ତ୍ରୋପ୍ରଚାର ଆରମ୍ଭ ହୋଇଥିଲା, ପାଖାପାଖି ତିନି ଘଣ୍ଟା ସମୟ ଧରି ଗାଇଟିର ଅସ୍ତ୍ରୋପ୍ରଚାର ହୋଇଥିଲା। ଅନ୍ୟପଟେ ବର୍ଷା କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଥିବା ସତ୍ୱେ ଶେଷରେ ସଫଳତାର ସହିତ ଗାଇଟିର ଅସ୍ତ୍ରୋପ୍ରଚାର ସରିବା ପରେ ସ୍ଥାନୀୟ ବାସିନ୍ଧାମାନେ ପଶୁ ଚିକିତ୍ସା କର୍ମଚାରୀ ଏବଂ ପଶୁପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅସ୍ତ୍ରୋପ୍ରଚାରରେ ଡାକ୍ତର ସୌମିକ ସ୍ୱାଇଁ, ହରିଶ ଚନ୍ଦ୍ର ନାହାକ, ବିଜୁ ଲେଙ୍କା, ପର୍ଶୁରାମଙ୍କ ସମେତ ପଶୁପ୍ରେମୀ କାହ୍ନୁ ସାହୁ, ସ୍ୱାଧିନ କୁମାର ସାହୁ, ସ୍ଥାନୀୟ କର୍ପୋରଟର ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା, ଲୋକନାଥ ସାହୁ ପ୍ରମୁଖ ସାହର୍ଯ୍ୟ କରିଥିଲେ। ଠିକ ସମୟରେ ସ୍ଥାନୀୟ ବାସିନ୍ଧା ଏବଂ ପଶୁ ଚିକିତ୍ସକ ମାନଙ୍କ ତପ୍ତରତା ପ୍ରକାଶ କରି ଚିକିତ୍ସା କରିଥିବାରୁ ଗାଇଟି ପୁଣିଥରେ ନୂତନ ଜୀବନ ପାଇଲା।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here