ହେତୁବାଦୀ ରାଜା ସୁରେଶଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ଆଲୋଚନା ଚକ୍ର

0
202

ବ୍ରହ୍ମପୁର: ଋଷିକୂଲ୍ୟା ଗ୍ରାମ୍ୟ ଅଫିସର ସଙ୍ଘ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ହେତୁବାଦୀ ରାଜା ସୁରେଶଙ୍କ ଦ୍ଵିତୀୟ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ରାଜା ସୁରେଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ସମାଜରୁ ରୁଢିବାଦୀ ଓ ଅବୈଜ୍ଞାନିକ ବିଶ୍ୱାସ ଦୂର କରିବାରେ ତାଙ୍କର ଭୂମିକାକୁ ସମସ୍ତେ ମନେ ପକାଇଥିଲେ ।
ଏହି ଅବସରରେ *ବିଦ୍ୟାଳୟ ପାଠ୍ୟକ୍ରମରେ ଡାରବିନଙ୍କ ବିବର୍ତ୍ତନବାଦ ଉଛେଦ କେତେ ଯଥାର୍ଥ ?* ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଲଚନ୍ଦ୍ର ଷଡଙ୍ଗୀ, ବିଧୁପ୍ରଭା ରଥ, ପ୍ରଫୁଲ୍ଲ ସାମନ୍ତରା, ପ୍ରତାପ ଚୌଧୁରୀ, ଭଗବାନ ସାହୁ, ଶଙ୍କର ସାହୁ, ଅବନୀ ଗୟା , ଅମୀର ସାହୁ, ଅଧ୍ୟାପିକା ରାଜବାଳା ତ୍ରିପାଠୀ ,ବିଘ୍ନେଶ୍ୱର ସାହୁ, ନିମାଇଁ ଚରଣ ସାହୁ, ଗୋପାଳ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାରଙ୍କ ପରିଚାଳନାଧିନ ଏନସିଇଆରଟି ବିଦ୍ୟାଳୟ ପାଠ୍ୟକ୍ରମରେ ଡାରଉଇନଙ୍କ ବିବର୍ତ୍ତନବାଦକୁ ଉଛେଦ କରି ଛାତ୍ର ଛାତ୍ରୀ ତଥା ସମଗ୍ର ମାନବ ଜାତିର ମନରୁ ବୈଜ୍ଞାନିକ ମନୋଭାବକୁ ଲୋପ କରିବା ପାଇଁ ଏକ ପରିକଳ୍ପନା । ଏହା ସମ୍ବିଧାନର ଧାରା ୫୧ (କ)(ଜ) ଧାରାରେ ଭାରତର ସମସ୍ତ ନାଗରିକଙ୍କ ଦାୟିତ୍ୱ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା, ପ୍ରଶ୍ନ କରିବା, ମାନବିକତା ଓ ସଂସ୍କାର ଆଣିବାକୁ ରହିଥିଲେ ବି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମାଜକୁ ମଧ୍ୟଯୁଗକୁ ଠେଲିଦେବା ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୁଷ୍ପମାଳା ତ୍ରିପାଠୀ, ସ୍ୱପ୍ନାଦେବୀ, ସିଏଚ୍ ଆନନ୍ଦ, ଇ.ନରସିଂହଲୁ, ନିମାଇଁ ଚରଣ ସାହୁ,ପପୁନ୍ ସାହୁ, ସଂଜୀତ କୁମାର ସାହୁ, ଶଙ୍କର ସାହୁ, ପ୍ରତାପ ପ୍ରଧାନ, ଲଷ୍ମୀ ନୃସିଂହ ରଥ, ଡି.ମୋହନ ରାଓ, ସୁନେଜ କୁମାର ପାଣିଗ୍ରାହୀ, କେ. ବାସବରାଜୁ, କ୍ରିଷ୍ଣା ରାଓ, ଗୋପାଳ ଚନ୍ଦ୍ର ମହାପାତ୍ର, ବିଭୁ ଭୂଷଣ ସାହୁ, ହାକିମ ଖାଁ, ପ୍ରତାପ ଚନ୍ଦ୍ର ପ୍ରଧାନ ସମେତ ବହୁ ବୁଦ୍ଧିଜୀବୀ ତଥା ସାମାଜିକ ଓ ରାଜନୈତିକ କର୍ମୀ ଯୋଗ ଦେଇଥିଲେ।
ଶେଷରେ ସଂଗଠନର ଜିଲ୍ଲା ସମ୍ପାଦକ କେ.ନନ୍ଦେଷୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here