ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଦିଗପହଣ୍ଡି ବ୍ଳକ ଓ ନଗର ବିଜେଡି ତରଫରୁ ଆଲୋଚନା ବୈଠକ

0
180

ଗଞ୍ଜାମ:ଆସନ୍ତା ରବିବାର ତଥା ମାର୍ଚ୍ଚ ୫ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଏବଂ ରାଜ୍ୟ ପଞ୍ଚାୟତ ରାଜ ଦିବସ ପାଳନ ଉପଲକ୍ଷେ ଦିଗପହଣ୍ଡି ବ୍ଳକ ଓ ନଗର ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ତଥା ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ଅଧ୍ଯକ୍ଷାଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ସମ୍ପାଦକ ବି . କ୍ରୀଷ୍ଣାରାଓ ସୁବୁଦ୍ଧି ଓ ବ୍ଳକ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ମିଳିତ ସଂଯୋଜନାରେ ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର ସଭାପତିତ୍ବ କରିଥିଲେ । ସେହିପରି ଦିଗପହଣ୍ଡି ନଗର ବିଜେଡି ପକ୍ଷରୁ ପୂର୍ବତନ ନଗରପାଳ ହୃଦରଞ୍ଜନ ମେକାପ , ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ ସମେତ ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ବ୍ଳକ ବିଜେଡ଼ି ମହିଳା ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀ , ଗଡଗୋବିନ୍ଦପୁର ସଭାପତି ଶଙ୍କର ନାରାୟଣ ସୁବୁଦ୍ଧି , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ , ସମ୍ପାଦକ ସନ୍ତୋଷ ଦୋରା , ଜିଲ୍ଲା ଯୁବ ବିଜେଡି ଉପସଭାପତି ଚିତ୍ରସେନ ଗୌଡ, ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସଂଯୁକ୍ତା କବି, ସରପଞ୍ଚ ଫନିନ୍ଦ୍ର ଗୋସ୍ୱାମୀ , ବିଜୟ ପ୍ରଧାନ ,ଗୀତାଞ୍ଜଳି ଜାନୀ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ, ସୀମା ଗୌଡ , ଆଦିତ୍ୟ ସାହୁ , ସୂର୍ଯ୍ୟ ନାରାୟଣ ସାହୁ , ଶିଶିର ପ୍ରଧାନ , ପ୍ରଦୀପ ସେଠୀ , ଏମ୍ . ସନ୍ତୋଷ ସମେତ ବହୁ ଜନ ପ୍ରତିନିଧି ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ କିଭଳି ଭାବେ ପରିଚାଳିତ କରିବା ନେଇ ସମସ୍ତ ଜନ ପ୍ରତିନିଧି ନିଜର ମତାମତ ପ୍ରକାଶ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here