ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଲେ ମନ୍ତ୍ରୀ

0
273

ବୁଗୁଡା : କଥା ଅଛି “ଘରପୋଡି ଠାରୁ ବିପତ୍ତି ନାହିଁ”, ” ବିପତ୍ତି ସମୟର ବନ୍ଧୁ ପ୍ରକୃତ ବନ୍ଧୁ” ।ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମରେ ଦଶ ଗୋଟି ଘର ପୋଡ଼ି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ଖବର ଜାଣିବା ପରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିରଞ୍ଚିପୁର ଗ୍ରାମକୁ ଯାଇ ଅଗ୍ନି ବିପନ୍ନ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବାକୁ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ବିଡ଼ିଓ ବାସୁଦେବ ନାୟକ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସମାଜସେବୀ କେ.ନୀଳମାଧବ ଆଚାରି, ଓ ଧରଣୀଧର ପଣ୍ଡା, ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ସେଠୀ, ଆଇନଜୀବୀ ସିମାଞ୍ଚଳ ନନ୍ଦ, ସାଂସଦ ପ୍ରତିନିଧି କବିରାଜ ଗୌଡ, ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ବ୍ଲକ ଅନ୍ତର୍ଗତ ପଙ୍କଳବାଡି ଗ୍ରାମର ୪୫ ବର୍ଷ ବୟସ୍କ ବିଦ୍ୟାଧର ଜେନା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହା ଜାଣିବା ପରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରଙ୍କ ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here