୧୩,୨୭,୫୦୦ ଟଙ୍କାର ସୁନା ଗହଣା ଜବତ ; ୩ ଚୋର ଗିରଫ

0
334

ବ୍ରହ୍ମପୁର:ବ୍ରହ୍ମପୁର ସହରରେ କିଛି ଦିନ ଧରି ଚୋରି ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ୩ଜଣ ଚୋରଙ୍କୁ ଗିରଫ କରିବାରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ଧରି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ନିମଖଣ୍ଡି,ବଡ଼ ବଜାର ଓ ଗୋଳନ୍ଥରା ଥାନାରେ ୪ଟି ଚୋରି ମାମଲା ରୁଜୁ ହୋଇଥିଲା ।ଏହି ଅଭିଯୋଗ ପ୍ରକାରେ ଗତ କିଛି ଦିନ ଧରି ତଦନ୍ତ ଜାରି ରହିଥିବା ବେଳେ ଚୋରି ଅଭିଯୋଗରେ ୩ଜଣ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବ୍ରହ୍ମପୁର ସଦର ଏସ୍‌ଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ନିମଖଣ୍ଡି ଥାନା ଅଧିକାରୀ,ଗୋଳନ୍ଥରା ଥାନା ଅଧିକାରୀ, ଓ ବଡବଜାର ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଚଳାଇ ସଦର ଥାନା ଅନ୍ତର୍ଗତ ବାଲିପଡା ଇନ୍ଦିରା ଆବାସ କଲୋନୀର ଏସ.ସନ୍ତୋଷ(୩୫),ଟି. ଭଜନ(୨୦), ଟି. ଦିଲ୍ଲୀପ(୧୯) ଙ୍କୁ ଧରି ଜେରା କରିବାରେ ସେମାନେ ଉପରୋକ୍ତ ସିରିଜ୍‌ ଘଟଣାରେ ସମ୍ପୃକ୍ତ ଥିବାନେଇ ସ୍ଵୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ ସେମାନେ ନିମଖଣ୍ଡି ଥାନା ଅଧୀନରେ ଥିବା ଶକ୍ତି ନଗର, ବଡ଼ ବଜାର ଥାନା ଅଧିନ ଓମ୍ ନଗର, ଏବଂ ଗୋଳନ୍ଥରା ଥାନା ଅଧୀନରେ ଥିବା ସୁରୋଳ ଅଞ୍ଚଳରେ ଚୋରି କରିଥିବା ସ୍ୱୀକାର କରିଥିଲେ ।ଉକ୍ତ ସ୍ଵୀକାରୋକ୍ତି ଅନୁଯାୟୀ ପୋଲିସ ସେମାନଙ୍କ ଠାରୁ ୨୬୫.୫ ଗ୍ରାମ୍ ସୁନା ଗହଣା, ୩୫୦.୬ ଗ୍ରାମ୍ ଓଜନର ରୂପା ଅଳଙ୍କାର ଉଦ୍ଧାର କରିଛି ।ଉଦ୍ଧାର କରାଯାଇଥିବା ସୁନାର ଆନୁମାନିକ ମୂଲ୍ୟ ୧୩, ୨୭,୫୦୦ଟଙ୍କା ହୋଇଥିବାବେଳେ ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟଚାଲାଣ କରାଯାଇଛି ।ହେଲେ ଉଦ୍ଧାର କରାଯାଇଥିବା ସୁନା ଓ ରୁପା ଅଳଙ୍କାର ଶୀଘ୍ର ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ୍. ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here