ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

0
192

ବାଲିଗୁଡା (ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡା ଥାନା ତରଫରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଗଛ ପ୍ରାୟ ୫୦ ଏକରକୁ ନଷ୍ଟ କରିଛି। ଅନ୍ୟ ପଟେ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଚାଷକୁ ନେଇ ବାଲିଗୁଡା ଥାନା କେଶ ନଂ. ୪୩/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଚଢ଼ାଉରେ ବାଲିଗୁଡା ଥାନା, ଅବକାରୀ ବିଭାଗ, ଓ ଶ୍ରମିକ ସାମିଲ୍ ଥିଲେ। ବାଲିଗୁଡା ଥାନାରେ ଗଞ୍ଜେଇ ସମ୍ପର୍କିତ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here