ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ

0
223

ବୌଦ୍ଧ : ଆଜି ହେଉଛି ମହାଶିବରାତ୍ରି l ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଶୈବ ପୀଠ ରେ ମହାଶିବରାତ୍ରି ପାଳିତ ହେଉଛି l ବୌଦ୍ଧ ବ୍ଲକ ଗନ୍ଧରାଢ଼ୀ ପୀଠରେ ମଧ୍ୟ ମହାଶିବରାତ୍ରି ପାଇଁ ବହୁତ ଭକ୍ତଙ୍କ ଭିଡ ଲାଗି ରହିଛି l ଶୈବ ଓ ବୈଷ୍ଣବ ଧର୍ମର ପୀଠସ୍ଥଳୀ ହେଉଛି ଗନ୍ଧରାଢ଼ୀ l ଏଠାରେ ଗୋଟିଏ ସ୍ଥାନରେ ଦୁଇଟି ମନ୍ଦିର ଅବସ୍ଥିତ l ଏଠାରେ ଗୋଟିଏ ମନ୍ଦିର ରେ ମହାପ୍ରଭୁ ହର ( ସିଦ୍ଧେଶ୍ୱର )ଓ ମହାପ୍ରଭୁ ହରି ( ନୀଳମାଧବ ) ରୂପରେ ପୂଜା ପାଉଛନ୍ତି l ଏହି ମନ୍ଦିର ରେ ଚାରିଟି ଶମ୍ଭୁ ରହିଥିବା ରୁ ଏହାକୁ ଚାରିଶମ୍ଭୁ ମନ୍ଦିର କୁହାଯାଏ l ଗନ୍ଧରାଢ଼ୀ ମନ୍ଦିରର ବେଢାରେ ସିଦ୍ଧେଶ୍ୱର ବ୍ୟତୀତ ଶ୍ରୀ ଯୋଗେଶ୍ୱର, ଶ୍ରୀ କପିଳେଶ୍ଵର ଏବଂ ଶ୍ରୀ ପଶ୍ଚିମ ସୋମନାଥ ପୂଜା ପାଉଥିବାରୁ ଏହାର ଅନ୍ୟ ନାମ ଚାରିଶମ୍ଭୁ ମନ୍ଦିର l ଏହି ହରିହର ପୀଠରେ ଥିବା ଦୁଇଟି ଯାକ ମନ୍ଦିର ଗଠନ ଏକା ପ୍ରକାର ହୋଇଥିବାରୁ ଏହାକୁ ଶ୍ରଦ୍ଧାଳୁ ଜାଆଁଳା ମନ୍ଦିର ମଧ୍ୟ କହନ୍ତି l ଏହି ମନ୍ଦିରର ଗଠନ ଅନ୍ୟ ଶିବ ଏବଂ ବିଷ୍ଣୁଙ୍କ ମନ୍ଦିର ଠାରୁ ଟିକେ ଭିନ୍ନ l ଏଠାରେ ସିଦ୍ଧେଶ୍ୱର ମନ୍ଦିର ଉପର ଚୁଡା ରେ ତ୍ରିଶୂଳ ସ୍ଥାନରେ ଏକ କଳା ମୁଗୁନି ପ୍ରସ୍ତରର ଶିବ ଲିଙ୍ଗ ଶୋଭାପାଉଛି l ଶ୍ରୀ ନୀଳମାଧଵ ଙ୍କ ମନ୍ଦିର ଚୁଡାରେ ଅଷ୍ଟଧାତୁ ଚକ୍ର ସ୍ଥାନରେ କଳା ମୁଗୁନି ପ୍ରସ୍ତରରେ ଏକ ଚକ୍ର ଶୋଭା ପାଇଥାଏ l ମନ୍ଦିର ଦ୍ୱୟ ର ଉଚ୍ଚତା ପ୍ରାୟ 40 ଫୁଟ l ଏହି ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିର, ଚଣ୍ଡିତଳ ର ଗୁପ୍ତେଶ୍ୱର ମନ୍ଦିର, ଚଣ୍ଡିଗଡ ର ସ୍ଵପ୍ନେଶ୍ଵର ମନ୍ଦିର, ଦାମୋଦରପୁର, ଗମ୍ଭାରିପଦର, ପଦ୍ମନପୁର, ଗୋଛାପଡା, କମ୍ପରା, ଖଲିଆପାଲି ଓ କୃଷ୍ଣପାଲି ରେ ଥିବା ଶୈବ ପୀଠ ଗୁଡିକରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଚାରିଶମ୍ଭୁ ମନ୍ଦିର ତଥା ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିରରେ ଜହ୍ନlପଙ୍କ ଫାଣ୍ଡି ଓ ବୌଦ୍ଧ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତଧାରୀ ମାନେ ନିଷ୍ଠାର ସହ ଉଜାଗର ରହି ଶିବଙ୍କ ଆରାଧନା କରିଥିବା ଦେଖା ଯାଇଥିଲା l ଏହା ବ୍ୟତୀତ ସହରର ଚନ୍ଦ୍ରଚୁଡ ମନ୍ଦିର, ମାତଙ୍ଗେଶ୍ୱର ମନ୍ଦିର, କରଡ଼ିର ଚାମ୍ପେଶ୍ୱର ମନ୍ଦିର, ମହାନଦୀ କୂଳରେ ଥିବା ରାମଗଡ଼ ର ବାବା ଚନ୍ଦ୍ରଶେଖର, ବୁରୁବୁଡ଼ା ର ବାବା ଗୁପ୍ତେଶ୍ୱର, ସରସରା ର ବାବା ବୈଦ୍ୟନାଥ ଏବଂ ସିଦ୍ଧପୁର (ବାଘପାଲି)ର ବାବା ସିଦ୍ଧେଶ୍ୱର ପୀଠରେ ମଧ୍ୟ ଜାଗର ଯାତ୍ରା ପାଳିତ ହୋଇଛି l

ରିପୋର୍ଟ:ହୃଦାନନ୍ଦ ମେହେର

LEAVE A REPLY

Please enter your comment!
Please enter your name here