କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

0
216

ଛତ୍ରପୁର: ସ୍ଥାନୀୟ ବ୍ଳକ ଅନ୍ତର୍ଗତ କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ଶୃଙ୍ଖଳିତ ଭାବେ ଗୁରୁ ଭକ୍ତି ସହ ଅଧ୍ଯୟନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଫାଇବ -ଟି ଅଧିନରେ ଚାଲିଥିବା ବିଦ୍ୟାଳୟର ନବୀକରଣ କାର୍ଯ୍ୟକ୍ରମରେ ଅଭିଭାବକ ତଥା ଗ୍ରାମବାସୀ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।ମୁଖ୍ୟ ବକ୍ତା ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ ଭିନ୍ନ ଏକ ଫାଇବ -ଟି ତରିକା( ଟ୍ରୁଥଫୁଲ,ଟିଚର ରେସପେକ୍ଟ,ଟାଇମ୍,ଟାଇର୍ ଲେସ୍, ଟ୍ଯାକଲ )ବ୍ଯାଖ୍ଯା କରି ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ପୁର ପଞ୍ଚାୟତ ସରପଞ୍ଚ ଝୁଲି ନାହାକ, ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ଯ ଦେବେନ୍ଦ୍ର ପଟ୍ଟନାୟକ,ସିଆର୍ ସି ଅଶୋକ କୁମାର ଶତପଥୀ ,ଏସ୍ ଏମ୍ ସି ସଭାପତି ଦିଗାମ୍ବର ନାହାକ ଯୋଗଦେଇ ବକ୍ତବ୍ଯ ରଖିଥିଲେ ।ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ନିଜ ନିଜ ବିଦ୍ୟାଳୟର ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ଉମାକାନ୍ତ ପଟ୍ଟନାୟକ ସଂଯୋଜନା ଓ ଧିରେନ୍ଦ୍ର ନାଥ ସଭାପତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନ୍ଯ ମାନଙ୍କ ମଧ୍ୟରେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ ଓ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାହାକ,ସୋମନାଥ ନାହାକ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ସହଯୋଗ କରିଥିଲେ ।ଉଭୟ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ସୁଜ୍ଞାନୀ ପାଢୀ, ଶାନ୍ତନୁ କୁମାର ପଟ୍ଟନାୟକ,ହରିଶ୍ଚନ୍ଦ୍ର ବେହେରା, ରାମଚନ୍ଦ୍ର ନାହାକ,ଗୋପାଳ ନାହାକ, ବିକ୍ରମ ବେହେରା,ଗୀତାଞ୍ଜଳୀ ବେହେରା,ସୁରେଶ ମହାନ୍ତି,ଉମାକାନ୍ତ ରାଉଳ , ରବିନାରାୟଣ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶିକ୍ଷକ ଅଭିମନ୍ୟୁ ପ୍ରଧାନ ଅର୍ପଣ କରିଥିଲେ ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here