ମହିଳାଙ୍କୁ ଟଣା ଓଟରା ଅଭିଯୋଗରେ ଯୁବକ ଗିରଫ

0
306

ବୁଗୁଡ଼ା : ଜଣେ ବିବାହିତା ମହିଳାଙ୍କୁ ଟଣା ଓଟରା କରିବା ଅଭିଯୋଗରେ ବୁଗୁଡା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ମରେଇପଲ୍ଲୀ ଗ୍ରାମର ୨୬ ବର୍ଷ ବୟସ୍କ ବିଚିତ୍ର ଗୌଡ଼ l ଅଭିଯୋଗ ଅନୁଯାୟୀ ମରେଇପଲ୍ଲୀ ଗ୍ରାମର ଜଣେ ବିବାହିତା ମହିଳା(୪୮ ) ସିମେଣ୍ଟ ଦୋକାନର ବକେୟା ଟଙ୍କା ଦେବାକୁ ଚଢିୟାପଲ୍ଲୀ ଗ୍ରାମକୁ ଯାଉଥିବା ବେଳେ ବିଚିତ୍ର ଗୌଡ଼ ମହିଳା ଜଣଙ୍କୁ ରାସ୍ତାରେ ଅଟକାଇ ଟଣା ଓଟୋରା କରିବା ସହ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବୁଗୁଡା ଥାନା କେସ ନଂ ୧୨୪/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏହାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here