ପୋଲସରାରେ କ୍ୟାନ୍ସର ସଚେତନତା ଶିବିର

0
237

ପୋଲସରା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ ପରିସରରେ ଫେବୃୟାରୀ ୦୪ ତାରିଖ ଦିନ ବିଶ୍ୱ କର୍କଟ ରୋଗ ଦିବସ ଅବସରରେ କ୍ୟାନ୍ସର ସଚେତନତା ଶିବିର ସ୍ୱେଚ୍ଛାସେବୀ ସଂଗଠନ ଉମ୍ମିଦେନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ଶିବିରରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତ୍ରିଦିବେଶ ଶତପଥୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ସରୋଜିନୀ ଦାଶ, ସ୍ୱେଚ୍ଛାସେବୀ ସଂଗଠନ “ଇଣ୍ଡିଆ” ର ନିର୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା, ଉମ୍ମିଦେନ୍ ରାଜ୍ୟ ଅଧ୍ୟକ୍ଷ ନିତାଇ ଗୌରୀ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ସଂଯୋଜକ ଭଜରାମ ବାରିକ, ଏଡ୍ସ ବିଭାଗର ଶ୍ରୀ ଜେନା, ସ୍ଵାସ୍ଥ୍ୟ କର୍ମୀ , ଆଶା କର୍ମୀ ବୃନ୍ଦ ଶିବିରରେ ଯୋଗଦେଇଥିଲେ। ଇଣ୍ଡିଆ ନିର୍ଦେଶକ ଶ୍ରୀ ବେହେରା ଶିଶୁ କ୍ୟାନ୍ସର ଏବଂ ଏହାର ସଚେତନତା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସଂଯୋଜକ ଭଜରାମ ବାରିକ ଉମ୍ମିଦେନ୍ ସହଯୋଗରେ କିପରି ଶିଶୁଟି କ୍ୟାନ୍ସର ରୋଗର ପ୍ରାଥମିକ ଚିକିତ୍ସା ପାଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ଶତପଥୀ ଶିଶୁମାନଙ୍କୁ ଓ ସେମାନନକର ପରିବାର ଲୋକଙ୍କୁ କିପରି ସଚେତନ ରହିବାକୁ ପଡିବ ଏବଂ ଏହାର ନିରାକରଣ ଉମ୍ମିଦେନ୍ ସହାୟତାରେ କିପରି ହୋଇପାରିବ ସେ ବିଷୟ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉମ୍ମିଦେନ୍ ର ର ଦୀପକ , ସୁଚରିତା ଓ ପାୟଲ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here