ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୦ତମ ବାର୍ଷିକ ଉତ୍ସବ ପାଳିତ

0
191

ଛତ୍ରପୁର:ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୦ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲୀନା କୁମାରୀ ଖେସ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଦଷ ର ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ ଯୋଗଦେଇ ବିଦ୍ୟାଳୟ ର ପୁରାତନ ଛାତ୍ରୀ ହୋଇଥିବା ରୁ ସେ ନିଜ କୁ ଗର୍ବ ଅନୁଭବ କରିଥିଲେ l ଅଧ୍ୟାପିକା ଡ଼ଃ ମିନତୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପ୍ରାରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା, ପରେ ପୂର୍ବରୁ ଏହି ଅବସର ରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା, ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ସୂର୍ଯ୍ୟ ନାରାୟଣ ସାମନ୍ତରାୟ,ରୋଟାରିୟନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, କେ. ଚନ୍ଦ୍ର ଶେଖର ରେଡ୍ଡୀ ଙ୍କ ସମେତ ବହୁ ଅଭିଭାବକ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here