ହକି ବିଶ୍ୱକପ ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର

0
189

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଶ୍ବକପ୍ ହକିର ଫିବର ଦେଖିବାକୁ ମିଳିଛି। ହକି କ୍ରୀଡା ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇପଡିଛି। ଆଜିର ଉଦ୍ଘାଟନି ଉତ୍ସବକୁ ସବୁଠି ଉତ୍ସାହର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଏଲ୍ଇଡି ସ୍କ୍ରିନ୍ ସହ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ସହରରେ ଥିବା ଜେଲ ପଡିଆ ଠାରେ ଓଡିଶା ପୁରୁଷ ବିଶ୍ୱ କପ ହକି ମ୍ୟାଚର କଟକ ବାରବାଟୀ ଷ୍ଟାଡିଅମରୁ ସିଧା ପ୍ରସାରଣ କରାଯାଇଥିଲା। ଏନଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଏସ୍ଡ଼ିପିଆର୍ ଗୌରୀ ଶଙ୍କର ଶତପଥୀ,ଶୂଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲୁଣ୍ଡି ପଞ୍ଚାୟତ ଠାରେ ବିଡ଼ିଓ ଶଶୀଭୂଷଣ ମହାପାତ୍ର,ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ,ସରପଞ୍ଚ ରଞ୍ଜିତ ଆରୁଖ,ସଙ୍ଗଠକ ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ବହୁ କ୍ରୀଡା ପ୍ରେମୀ ବଡ଼ ପରଦାରେ ହକି ଖେଳ ଉଦଘାଟନ ଦେଖିବାର ସୁଯୋଗ ପାଇଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here