ଦୁଇ ଚାଷୀଙ୍କ ବର୍ଷକ ଆହାର ପୋଡି ପାଉଁଶ

0
261

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଳକ, ବି.କରଡ଼ାବାଡ଼ି ଗ୍ରାମର ଉପେନ୍ଦ୍ର ପ୍ରଧାନ ଓ ବାହାଦୂର ନାୟକ ଙ୍କ ଗୋଟିଏ ଲେଖାଁଏ ଦୁଇଟି ଧାନ ଗଦାରେ ନିଆଁ ଲାଗି ସମସ୍ତ ଧାନ ପୋଡି ସାରା ବର୍ଷର ଖାଦ୍ୟ ପୋଡି ପାଉଁଶ ହୋଇ ଯାଇଛି। ରାସ୍ତା ପାର୍ଶ୍ଵରେ ଅନ୍ୟ ଚାଷୀଙ୍କ ସହ ଏହି ଦୁଇ ଚାଷୀ ମଧ୍ୟ ଧାନଗଦା କରିଥିଲେ। ଅପରାହ୍ନରେ କୌଣସି କାରଣ ଯୋଗୁ ଦୁଇ ଧାନ ଗଦାରେ ନିଆଁ ଲାଗି ପ୍ରାୟ ଦୁଇ ଏକରରୁ ଉର୍ଦ୍ଧ୍ବ ଜମିର ଧାନଗଦା ପୋଡିଯାଇଛି। ପାଖରେ ପୋଖରୀ ଥିବାରୁ ଗ୍ରାମବାସୀମାନେ ପାଣି ପକାଇ ଓ କଦଳୀ ଗଛ ହାଣି ପକାଇବା ଯୋଗୁଁ ଅନ୍ୟ ଗୋଟିଏ ଧାନ ଗଦା ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛି। ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here