ସ୍ବର୍ଗତ ପ୍ରଦୀପ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ, କୋଦଳା ଚମ୍ପିୟାନ

0
387

ବେଗୁନିଆପଡା(ଦେବାଶିଷ ମହାରଣା):ଏହି ବ୍ଲକ ଅନ୍ତର୍ଗତ ଶାଳବଣ ଠାରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ସ୍ବର୍ଗତ ପ୍ରଦୀପ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ରବିବାର ଥିଲା ଉଦଯାପିତ ଦିବସ ।ଏହି ଉଦଯାପନୀ ଦିବସରେ ଶେଷ ଅର୍ଥାତ ଫାଇନାଲିଷ୍ଟ ଦଳ ଭାବେ କୋଦଳା ସହିତ ବିକ୍ରମପୁର ମଧ୍ୟରେ କଡା ମୁକାବିଲା ହୋଇଥିଲା ।ଉକ୍ତ ଦୁଇ ଲଢୁଆ ଦଳ ପରସ୍ପର ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା କରିଥିଲେ । କୋଦଳା ଏହି ଫାଇନାଲ ମ୍ୟାଚ କୁ ୩-୨ ସେଟରେ ଜିତି ଟୁର୍ନାମେଣ୍ଟ ବିଜେତା ଟ୍ରଫି ହାତେଇ ଥିବା ବେଳେ ବିକ୍ରମପୁର ଦଳ ଦ୍ୱିତୀୟ ସ୍ଥାନ,ମଥୁରା ଦଳ ତୃତୀୟ ସ୍ଥାନ ଓ ବୀରଜଗନ୍ନାଥପୁର ଚତୁର୍ଥ ସ୍ଥାନରେ ରହିଥିଲେ ।ବିଜେତା ଦଳ କୁ ୫୫୫୫ ଟଙ୍କା ପୁରସ୍କାର ଅର୍ଥରାଶି ସହିତ ଟ୍ରଫି, ବିକ୍ରମପୁର ଦଳକୁ ୩୩୩୩ ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ବେଷ୍ଟ ନେଟ ଖେଳାଳୀ ଭାବେ ବିକ୍ରମପୁର ଦଳ ର କାନ୍ହା, ବେଷ୍ଟ ହିଟର କୋଦଳା ଦଳ ର ମିଥୁନ,ବେଷ୍ଟ ସିରିଜ ଖେଳାଳୀ ଭାବେ ସଦାନନ୍ଦ ଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା ।ରବିବାର ଅନୁଷ୍ଠିତ ଉଦଯାପନୀ ମ୍ୟାଚ ରେ ସନମାନିତ ଅତିଥି ଭାବେ ବିଷ୍ଣୁ ପ୍ରସାଦ ସ୍ୱାଇଁ ଓ ନିରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲା ବେଳେ,ନବ କିଶୋର ସ୍ୱାଇଁ,ସୁକାନ୍ତ ସ୍ୱାଇଁ,ଜୟକୃଷ୍ଣ ପାତ୍ର,କବିଚନ୍ଦ୍ର ସ୍ୱାଇଁ,ସୁକାନ୍ତ ପଲେଇ,ସନ୍ତୋଷ ନାୟକ,ଅରୁଣ ସ୍ୱାଇଁ,ଭିକାରି ପଲେଇ,ମଣ୍ଟୁ ସ୍ୱାଇଁ,ସଞ୍ଜୟ ପାତ୍ର, ଅନ୍ତର୍ଯ୍ୟାମୀ ଜେନା, ଜିଲୁ,ସମୀର, ଅମୀର,କିରନ,ରାମ,ପ୍ରକାଶ, ଚିନ୍ମୟ,ଚନ୍ଦନ ପ୍ରମୁଖ ଖେଳକୁ ପରିଚାଳନା ରେ ସହଯୋଗ କରିଥିଲେ ।ଉକ୍ତ ଫାଇନାଲ ମ୍ୟାଚ କୁ ଉଦୀୟମାନ ଖେଳାଳୀ ଅକ୍ଷୟ କୁମାର ଡାକୁଆ ଓ ବିଜୟ କୁମାର ଡାକୁଆ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here