ଏନ.ଏସ.ଏସ. ପକ୍ଷରୁ ବୁଦ୍ଧଖୋଳରେ ସଫେଇ କାର୍ଯ୍ୟ

0
194

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନ.ଏସ.ଏସ.) ପକ୍ଷରୁ ବିଶିଷ୍ଟ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରସିଦ୍ଧ ପଞ୍ଚ ଶୈବ ପୀଠ ବୁଦ୍ଧଖୋଳରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ବୁଦ୍ଧଖୋଳର ପାହାଚ ଓ ପାଦଦେଶ ସଫା କରିଥିଲେ। ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ସମାଜ ସେବୀ ତଥା ପୂର୍ବତନ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସହଯୋଗ କରିବା ସହ ଉତ୍ସାହିତ କରିଥିଲେ। ଏନ.ଏସ.ଏସ. ପକ୍ଷରୁ ବୁଦ୍ଧଖୋଲରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହାତକୁ ନେଇଥିବା ଯୋଗୁଁ ଜନସାଧାରଣ ପ୍ରଶଂସା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here