ଶଶୀଭୁଷଣ ମାର୍ଗ ଦାବିକଲା ପୂଜ୍ୟ ପୂଜା ସମିତି

0
191

ବ୍ରହ୍ମପୁର: ବିଶିଷ୍ଟ ସମାଜ ସଂସ୍କାରକ,ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ନେତା ଶଶୀ ଭୂଷଣ ରଥଙ୍କ ଜୟନ୍ତୀରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସକାଳ ଘ.7.30ମି ସମୟରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ବ୍ରହ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମଧ୍ୟରେ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ମୃତି ଚାରଣ ସଭାରେ ସମିତି ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିଲେ l 1885 ମସିହା ଆଜିର ଦିନରେ ଗଞ୍ଜାମ ଜିଲ୍ଲା ସୁରଡ଼ା ଠାରେ ଶଶୀଭୁଷଣ ଜନ୍ମଲାଭ କରିଥିଲେ l ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରିୟ ଅନୁଗାମୀ ଭାବେ ଶଶୀଭୁଷଣ ବନ୍ୟା, ବାତ୍ୟା, ମରୁଡି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ସ୍ବେଛାସେବୀ ଭାବେ କାମ କରୁଥିଲେ l New Odisha, East Coast ଭଳି ଇଂରାଜୀ ଦୈନିକ କାଗଜରେ ସମ୍ପାଦନା କରିବାସହ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପରାମର୍ଶକ୍ରମେ ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ଆଶା ର ପ୍ରତିଷ୍ଠାତା ଥିଲେ l ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ର ମେନେଜର ଭାବେ ଶଶୀଭୁଷଣ କାମ କରିଥିଲେ l ତାରାତାରିଣୀ ପୀଠରେ ବଳି ପ୍ରଥାକୁ ଦୃଢ଼ ବିରୋଧ କରିଥିଲେ l ଅସ୍ପୃଶ୍ୟତା ନିବାରଣରେ ସେ ଯୋଗଦାନ କରିବା ସହ 1921 ମସିହାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମାଗୁଣି ନାହାକ,ସୁଶାନ୍ତ ସାବତ,ଦେବୀ ପ୍ରସାଦ ମହାପାତ୍ର,ସୁରେନ୍ଦ୍ର ନାଥ ପଣ୍ଡା,ବିଜୟ ଚନ୍ଦ୍ର ବିଶୋଇ,ଏସ.କେଶବ ଲିଙ୍ଗମ, ଶାମ୍ବାଶିବା ରାଓ, ଶିବ ସୁନ୍ଦର ରଥ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆଜି ଏହି ଅବସରରେ ଆଲୋଚକ ମାନଙ୍କ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ବାରlକ୍ସ ଛକ ନିକଟ ରାସ୍ତାକୁ ଶଶୀଭୁଷଣ ମାର୍ଗରେ ନାମିତ କରିବାକୁ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here