ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ କନ୍ଧମାଳ ଗସ୍ତ

0
186

ବାଲିଗୁଡ଼ା:(ନ୍ୟୁଜ ଏକ୍ସଟ୍ରା): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ କନ୍ଧମାଳ ଗସ୍ତ କରି ଫେରିଛନ୍ତି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ମିନିଷ୍ଟାଡିୟମରେ ଦିନ ୩ଟା ସମୟରେ ହେଲିକପ୍ଟର ଯୋଗେ ପହଁଚି ପ୍ରଥମେ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ ।
୨୦୨୪ରୁ ୨୦୪୭ ପର୍ଯ୍ୟନ୍ତ, ଆଗାମୀ ୨୦ରୁ ୨୫ବର୍ଷ ଭିତରେ ଭାରତକୁ ମଜବୁତ କରିବାକୁ ପଡିବ । ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ମଜବୁତ କରିବାକୁ ପଡ଼ିବ । ଜେ. ପି. ନଡ୍ଡା 2024 ଅଶ୍ୱମେଧ ଯଜ୍ଞ ପାଇଁ ତୁମୁଡିବନ୍ଧକୁ ବାଛିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଲେ ଓଡିଶାର ସ୍ୱାଭିମାନ ପାଇଁ କାମ କରୁଛୁ ।
ହେଲେ ଆପଣଙ୍କ ଘରର ଝିଅ, ମୟୁରଭଞ୍ଜ ଆଦିବାସୀ ଅଞ୍ଚଳର ଝିଅ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ବସିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଖିରେ କେହି ଅନ୍ଧ ପୁଟୁଳି ବାନ୍ଧିଲେ ଆଉ ସେ ଧୃତରାଷ୍ଟ୍ର ହେଲେ କିଛି କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ରତ୍ନ ଭଣ୍ଡାର ସୁରକ୍ଷା କାମ କାହିଁକି କରୁନାହାନ୍ତି ରାଜ୍ୟ ସରକାର । ଭଣ୍ଡାର ଚାବି କୁଆଡେ ଗଲା । ଅସଲି ଚାବି କୁଆଡେ ଗଲା । ନବୀନ ସରକାର କହିଥିଲେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବ । ୫ ବର୍ଷ ବିତି ଗଲାଣି, ଓଡ଼ିଆ ବିଶ୍ୱ ବିଦ୍ୟାଳୟ କୁଆଡେ ଗଲା ? ନବୀନ ବାବୁଙ୍କ ପ୍ରତିଶୃତି କୁଆଡେ ଗଲା ? ନୟାଗଡ଼ ଚିନି କଳ ଖୋଲିବେ କହିଥିଲେ । କୁଆଡେ ଗଲା । ଆଖୁ ଚାଷୀ ତାଙ୍କ ପଇସା ପାଇନାହାନ୍ତି । ସରକାର ଶୋଇଛନ୍ତି । ସରକାର କିଏ ଚଳାଉଛି ଜଣାନାହିଁ । ମହିଳା ନିର୍ଯାତନା ଦୁଇ ଗୁଣ ହୋଇଯାଇଛି । ମହିଳା ଚାଲାଣ ବଢ଼ି ଚାଲିଛି । ଆଦିବାସୀ ସମ୍ପ୍ରଦାୟରେ ଓଡିଶାରେ ସବୁଠୁ ଅଧିକ ଉତ୍ପିଡନ ହେଉଛି । ପୋଲିସ ଉପରେ ମଧ୍ୟ ସବୁଠୁ ଅଧିକ ଆକ୍ରମଣ ହେଉଛି । ରକ୍ଷକ ନିଜ ସୁରକ୍ଷା କରି ପାରୁନାହିଁ । ଏଭଳି ସରକାର ରହିବା ଦରକାର କି ? ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।
ମୁଁ ପୁଣି ଆସିଲେ ଲୋକସଭା ଓ ବିଧାନସଭାରେ ପଦ୍ମ ଫୁଟିବା ଦରକାର । ଗାଁ ଗାଁ, ବସ୍ତି ବସ୍ତି ବାର୍ତ୍ତା ପହଁଚିବା ଦରକାର ବୋଲି କର୍ମୀଙ୍କୁ ଆହ୍ୱାନ କଲେ ନଡ୍ଡା ।
ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ ହୋଇପାରୁନାହିଁ । ନବୀନ ବାବୁ ଏବଂ ବିଜେଡ଼ି ଓଡିଶାର ୬୦ ଲକ୍ଷର ଜନସଂଖ୍ୟାଙ୍କ ଆଗରେ ବାଧକ ହୋଇ ଛିଡା ହୋଇଛନ୍ତି । ଏଭଳି ସରକାର ରହିବା ଉଚିତ କି ବୋଲି ପ୍ରଶ୍ନ କଲେ ନଡ୍ଡା । ସମସ୍ତେ ଜାଣି ରଖିବା ଦରକାର । ଆଗକୁ ନିର୍ବାଚନ ଆସିବ, ଆପଣଙ୍କ ଅଙ୍ଗୁଳି ପଦ୍ମ ଫୁଲ ଚିହ୍ନରେ ଥିବ । ଆଉ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ ହେବ ବୋଲି କହିଛନ୍ତି ନଡ୍ଡା । ଏହାପରେ ଜଲେଶପଟ୍ଟା ସ୍ଥିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ପରିଦର୍ଶନ କରିବାସହ ସଂସ୍କୃତ ଆଶ୍ରମର ନବ ନିର୍ମିତ ଛାତ୍ରୀ ନିବାସର ଶୁଭ ଉଦ୍ଘାଟନ କରି ଫେରିଛନ୍ତି ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ ରାଜ୍ୟ ନେତୃବୃନ୍ଦଙ୍କ ସମେତ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ୧୦ ହଜାରରୁ ଉର୍ଦ୍ଧ୍ବ ନେତା ଓ କର୍ମୀଙ୍କ ସମାଗମ ହୋଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here