ବେଗୁନିଆପଡା ବ୍ଲକ ଲକ ଡାଉନ କଟକଣା ; ହନୁମାନ ଜୟନ୍ତୀ ନିରାଡ଼ମ୍ବର

0
402

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଆଜିର ଦିନଟି ଓଡ଼ିଆ ମାନଙ୍କ ପାଇଁ ବିଶେଷକରି ଗଞ୍ଜାମବାସୀ ପାଇଁ ବିଶେଷ ମହତ୍ତ୍ୱ ରଖିଥାଏ l ଏହିଦିନରେ ପବିତ୍ର ବିଷୁବସଂକ୍ରାନ୍ତି, ପଣା ସଂକ୍ରାନ୍ତି, ମେରୁପର୍ବ ଏବଂ ହନୁମାନ ଜୟନ୍ତୀ ପଡିଥାଏ l ଉତ୍ସବମୁଖର ଏହି ପର୍ବକୁ ଗଞ୍ଜାମବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି l କିନ୍ତୁ ମହାମାରୀ କରୋନା ସମସ୍ତଙ୍କ ମନରୁ ଆନନ୍ଦ ଉଲ୍ଲାସ ଛଡେଇ ନେଇଛି l ସାମାଜିକ ଦୂରତ୍ୱ ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡିଛି l ତେଣୁ ସମସ୍ତେ ନିଜନିଜ କାଇଦାରେ ନିରାଡ଼ମ୍ବର ସହକାରେ ପାଳନ କରୁଛନ୍ତି ଏହି ପର୍ବକୁ l ଆଜି ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ମଧ୍ଯ ନିରାଡମ୍ବର ସହକାରେ ପୂଜା ଅର୍ଚନା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ହୋମ ଓ ପୂଜା ଅର୍ଚନା କରାଯାଇଥିବାବେଳେ ପୂଜକ ଲୋକନାଥ ରଥ ପୂଜା ନିର୍ବାହ କରିଥିବା ବେଳେ କର୍ତ୍ତା ଭାବେ ବିଶ୍ଵମ୍ବର ବିଶ୍ଵାଳ କାର୍ଯ୍ୟ ସମ୍ପାଦନ କରିଥିଲେ ।କରୋନା ଭାଇରସ ପାଇଁ ଓଡିଶା ସରକାରଙ୍କ ଲକ୍ ଡାଉନ ଘୋଷଣା ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଙ୍କ ନିର୍ଦ୍ଦେଶକୁ ମାନି ହନୁମାନ ଚାଳିଶା ପାଠ ଏବଂ ପଣା ବଣ୍ଟନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । କେବଳ ଶ୍ରୀ ଶ୍ରୀ ହନୁମାନଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here