ବିଶ୍ୱବିଦ୍ୟାଳୟ ଅଧ୍ୟାପକ କ୍ୱାଟର ପରିସରରୁ ଅଜଗର ଉଦ୍ଧାର

0
187

ବ୍ରହ୍ମପୁର: ଭଞ୍ଜବିହାର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ୱାଟର ପରିସରରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେ କ ହେଲ୍ପ ଲାଇନ । ସୂଚନା ମୁତାବକ କ୍ୱାଟର ନମ୍ବର ବି୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ଦେଖବା ବେଳକୁ ସାପଟି କ୍ୱାଟର ମଧ୍ୟରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲା । ଏହାପରେ ସଦସ୍ୟ ସ୍ୱାଧିନ କୁମାର ସାହୁ କୋଶଳକ୍ରମେ ସାପଟିକୁ ଗଛ ଉପରୁ ତଲକୁ ଆଣି କାବୁ କରିଥିଲେ । ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ରହିଥିବା ସ୍ୱାଧିନ କହିଛନ୍ତି । ସେହିପରି ଉଦ୍ଧାର ସାପଟିକୁ ଆଜି ବନ ବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି ।

LEAVE A REPLY

Please enter your comment!
Please enter your name here