ଜି.ଟି ହାଇସ୍କୁଲ ୨୦୦୬ ମାଟ୍ରିକ ବ୍ୟାଚ୍ ର ପ୍ରଥମ ବନ୍ଧୁ ମିଳନ

0
255

ବେଲଗୁଣ୍ଠା: ଶୁକ୍ରବାର ଦିନ ମା ବ୍ରାହ୍ମଣୀ ଦେବୀ ପୀଠରେ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ୍ ର ପ୍ରଥମ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରାତନ ଛାତ୍ର ଶ୍ରୀନିବାସ ମହାରଣା ,ଏକାନ୍ତ ସ୍ୱାଇଁ,ବାଲାଜୀ ମହାରଣା,ଜଗନ୍ନାଥ ପ୍ରଧାନ ,ଶଙ୍କର ପାତ୍ର ,ସୁବ୍ରତ ମହାପାତ୍ର,ଜ୍ଞାନେନ୍ଦ୍ର ନାୟକ,ନୀତେଶ ତ୍ରିପାଠୀ,ନାରାୟଣ ସାହୁ,ଆକାଶ ପ୍ରଧାନ,ଅଶ୍ଵିନୀ ସାହୁ,ପବିତ୍ର ପତି, ଅଜିତ୍ ପଣ୍ଡା, ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ,ଶୁଭକାନ୍ତ ପତି, ଅରସୁଲ ମହାରଣା,ଅରୁଣ ସାହୁ,ମୃତ୍ୟୁଞ୍ଜୟ ଡାକୁଆ,ନିରାକାର ଦଳାଇ,ପୂର୍ଣ୍ଣ ତ୍ରିପାଠୀ ,ଦୁର୍ଗା ପଣ୍ଡା,ତାପସ ଗୌଡ଼ ,ସମୀର ପତି,ରାକେଶ ବେହେରା , ଗୟା ଚାନ୍ଦ ସାହୁ ,ବାପି ଦଳାଇ ,ଅନୁପ ପତି ,ମନୋଜ ମହାରଣା,ଶୁଭ୍ରାଂଶୁ ରଥ ଏବଂ ସ୍କୁଲ ର ଅନ୍ୟ ସହପାଠୀ ମାନେ ଯୋଗଦାନ କରିଥିଲେ । ଦୀର୍ଘ 15 ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗ ସାଥୀକୁ ଗୋଟିଏ ସ୍ଥାନରେ ଭେଟି ଖୁସିରେ ଭାବ ବିହ୍ଵଳ ହୋଇଯିବା ସହ ପ୍ରତି ବର୍ଷ ଏହିପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବ ବୋଲି ସଭାରେ ସ୍ଥିର କରାଯାଇଅଛି।ମା ବ୍ରାହ୍ମଣୀ ଦେବୀ ,ପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ କୃପାରୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ ହେଲା ବୋଲି ଗ୍ରୁପ୍ ର ସମସ୍ତ ସଦସ୍ୟ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଗାମୀ ଦିନରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରୀ ଏବଂ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ୍ କରିବେ ବୋଲି ବହୁ ଛାତ୍ର ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here