ତାକରଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
267

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଭଗବତ ସ୍ୱାମୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଡିସେମ୍ବର ୩ ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣାଙ୍କ ଅଧ୍ୟକ୍ଷତାରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ଏସମସି ସଭାନେତ୍ରୀ ଜିତାଶ୍ରୀ ନାୟକ, କମିଟି ସଦସ୍ୟ ସଂଜୟ ପଣ୍ଡା, ଓ ବରିଷ୍ଠ ଶିକ୍ଷକ ଦେବହରି ଚୌଧୁରୀ ଯୋଗଦେଇଥିଲେ। ଅତିଥି ବୃନ୍ଦ ୨୪୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଭଲଭାବେ ପାଠପଢି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here