କୁଆନଳା ଗ୍ରାମରୁ ୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର ।

0
228

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମର ଜନବସତି ନିକଟସ୍ଥ ବିଲମାଳରୁ ଏକ ୧୫ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି କୁଆନଳା ଗ୍ରାମର ବିଲମାଳରେ ଲୋକେ ଧାନ କାଟୁଥିବା ସମୟରେ ଏକ ବିରାଟକାୟ ଅହିରାଜ ସାପଟିଏ ଦେଖିବାକୁ ପାଇଥିଲେ । ଜମିରେ ଧାନ କାଟୁଥିବା ଲୋକମାନେ ସାପଟିକୁ ଦେଖି ବହୁତ ଭୟଭୀତ ହୋଇଥିଲେ। ସର୍ପ ବିଷୟରେ ବୁଗୁଡା ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବୁଗୁଡା ବନ ବିଭାଗ ର କିଛି କର୍ମଚାରୀ ସେଠାରେ ପହଞ୍ଚି ଥିଲେ। ସେଠାରେ ସାପଟିକୁ ଦେଖିବାପରେ ବୁଗୁଡା ଅଞ୍ଚଳର ସ୍ନେକ୍ କ୍ଯାଚର୍ ହରିଶ୍ ପାଢୀଙ୍କୁ ବନବିଭାଗର କର୍ମଚାରୀ ଫୋନ ମାଧ୍ୟମରେ ଡକାଇ ଥିଲେ । ସ୍ନେକ୍ କ୍ଯାଚର ହରିସ୍ ଘଟଣା ସ୍ଥଳରେ ପହଞ୍ଚି ନିଜର କୌଶଳ ଅବଲମ୍ବନ କରି ବିରାଟକାୟ ଅହିରାଜ ସର୍ପଟିକୁ ଧରିବାରେ ସଫଳ ହୋଇଥିଲେ। ଅହିରାଜ ସର୍ପଟି ସୁସ୍ଥ ରହିଥିବା ବେଳେ ବୁଗୁଡା ବନବିଭାଗର କର୍ମଚାରୀ ମାନେ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here