ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

0
423

ଭଞ୍ଜନଗର(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାନକୀପୁର ଗ୍ରାମ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଆଜି ଅପରାହ୍ନ ପ୍ରାୟ 4ଟା ସମୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଘଟି ବତ୍ସ ନାଇକ (୬୭) ନାମକ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସେ ଗ୍ରାମ ନିକଟସ୍ଥ ନିଜ ବିଲକୁ ଯାଇଥିବାବେଳେ ହଠାତ ବର୍ଷା ପବନ ସହ ବଜ୍ରପାତ ଘଟିବାରୁ ଘଟଣା ସ୍ଥଳରେ ଟଳି ପଡ଼ିଥିଲ l ସଂଗେ ସଂଗେ ଗ୍ରାମବାସୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇବ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ବୃଦ୍ଧ କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

LEAVE A REPLY

Please enter your comment!
Please enter your name here