ସାଉଥ କୋ ଫାଇନାନ୍ସ କ୍ୟାଡର କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

0
252

ବ୍ରହ୍ମପୁର: ସ୍ଥାନୀୟ ସ୍ପେକ୍ଟ୍ରମ ହୋଟେଲ ପରିସରରେ ସାଉଥକୋ ଫାଇନାନ୍ସ କ୍ୟାଡର କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ ସମେତ ଆଗାମୀ ବର୍ଷର କାର୍ଯ୍ୟପନ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ବୈଠକରେ ଅତିଥି ରୂପେ ମୁଖ୍ୟ ବାଣିଜ୍ୟ ଅଧିକାରୀ ଦିଲିପ କୁମାର ଦାସ, ମୁଖ୍ୟ ଅର୍ଥ ବିଭାଗର ଅଧିକାରୀ ସତ୍ୟ ସୁନ୍ଦର ମହା ସୁଆର ଯୋଗ ଦେଇଥିଲେ । ସେହିପରି ଆସନ୍ତା ବର୍ଷ ପାଇଁ ସର୍ବ ସମତି କ୍ରମେ ବିନୋଦ ବିହାରି ନାୟକଙ୍କୁ ସଭାପତି , ଆଶିଷ କୁମାର ପଣ୍ଡା ଉପ ସଭାପତି, ପଦ୍ମନାଭ ସ୍ୱାଇଁ ସମ୍ପାଦକ, ରାମଚନ୍ଦ୍ର ପାଣିଗ୍ରାହୀ ସହ ସମ୍ପାଦକ, କେ ଜୟରାମଙ୍କୁ କୋଷାଧକ୍ଷ ଭାବେ ସମସ୍ତ ସଦସ୍ୟ ମାନେ ନିର୍ବାଚିତ କରିଥିଲେ । ସେହିପରି ଆଗାମୀ ଦିନରେ ସମସ୍ତ ଫାଇନାନ୍ସ କ୍ୟାଡରର ସୁବିଧା ଅସୁବିଧା ବିଷୟରେ ବରିଷ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ କିପରି ସମାଧାନ କରାଯିବ ତାହାକୁ ଗୁରୁତ୍ୱ ଦିଆଯିବ ବୋଲି ନବନିର୍ବାଚିତ ସଭାପତି ଓ ଅତିଥିମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here