ଗଞ୍ଜାମ ଜନଜାଗରଣ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ

0
472

କୁକୁଡାଖଣ୍ଡି:ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ନିକଟସ୍ଥ ଗଙ୍ଗା ଧରେଶ୍ୱର ମନ୍ଦିର ସାମ୍ନା ପଡ଼ିଆରେ ଗଞ୍ଜାମ ଜନ ଜାଗରଣ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ସାଧୁ ସନ୍ଥ ମାନଙ୍କ ତରଫରୁ ଆୟୋଜନ ହୋଇଯାଇଛି ।ଏଥିରେ ଗୋ-ପୂଜନ,ସୁରଭି ଯଜ୍ଞ,ସନ୍ଥ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ବକ୍ତା ଭାବେ ମହନ୍ତ ଚିନ୍ମୟାନନ୍ଦ ମହାରାଜ ନିଜ ବକ୍ତବ୍ୟରେ କହିଥିଲେ ଯେ,ଗୋମାତା ମନୁଷ୍ୟ ଜଗତ ପାଇଁ କେତେ ଆବଶ୍ୟକ ତଥା ଗୋ-ମାତାର ସେବା ସୁରକ୍ଷା ବିନା ବିଶ୍ୱରେ ଶାନ୍ତି ଅସମ୍ଭବ ଏବଂ ଗୋ- ମାତାର ଚାଲାଣ ବନ୍ଦ କରିବା ଉପରେ ଆଲୋକ ପାତ କରିଥିଲେ । ଆଜିର ଏହି ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁରୀର କୃଷ୍ଣ ଗୋପାଳ ଦାସ, କ୍ରାନ୍ତି ବାବା,ହରି ମହାରାଜ,ରାମ ଶରଣ ଦାସ,ଗୋପାଳପୁର ବିଧାୟକ ଶ୍ରୀ ପ୍ରଦୀପ ପାଣିଗ୍ରାହୀ,ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଜେନା,ସ୍ଥାନୀୟ ସରପଞ୍ଚ ଏଲ୍. ମୋହନ ଦାସ, କଂଗ୍ରେସ ବ୍ରହ୍ମପୁର ଲୋକସଭା ପାର୍ଥି ଭି.ଚନ୍ଦ୍ରଶେଖର ନାଇଡ଼ୁ,ଶିବରାମ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here