ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ର ପ୍ରତିଷ୍ଠା ଦିବସ ପାଳିତ

0
225

ବ୍ରହ୍ମପୁର:ବ୍ରହ୍ମପୁର ହିଲପଟଣା ସ୍ଥିତ ମାତୃଶ୍ରୀ ଆଂଗ୍ଲୋବେଦିକ ସ୍କୁଲରେ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଙ୍କ ପରାମର୍ଶ କ୍ରମେ ଓ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁଙ୍କ ତତ୍ତ୍ୱବାଧାନତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସହକାରୀ କମିଶନର ରାମହରି ସାହୁ, ସଂଗଠନ କମିଶନର ଲକ୍ଷ୍ମୀ ନାରାୟଣ ପଣ୍ଡା, ଟ୍ରେନିଂ କମିଶନର ସ୍ୱପ୍ନାରାଣୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।ବିଦ୍ୟାଳୟର ସମ୍ପାଦକ କୁମୁଦ ରଞ୍ଜନ ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ପ୍ରାତଃ ସର୍ବଧର୍ମ ପ୍ରାର୍ଥନା, ଶାନ୍ତି ପଦଯାତ୍ରା,ପତକା ଉତ୍ତୋଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ କରିବା ଏହାର ଲକ୍ଷ୍ୟ ।୧୯୫୦ ମସିହା ନଭେମ୍ବର ୭ ତାରିଖରେ ଭାରତ ସ୍କାଉଟ ଗଠନ ହୋଇଥିଲା ।ଏହି ଅବସରରେ ବ୍ରହ୍ମପୁର ମୁନ୍ୟୁସପାଲଟିର ପ୍ରାୟ ୧୫୦ ଜଣ ସ୍କାଉଟସ୍ ଓ ଗାଇଡ଼ସ୍ ଯୋଗ ଦେଇଥିଲେ ।ବିଭିନ୍ନ ବିଦ୍ୟାଳୟର ସ୍କାଉଟସ୍ ମାଷ୍ଟର ଓ ଗାଇଡ଼ସ୍ କ୍ୟାପଟେନ ମାନେ ଛାତ୍ରଛାତ୍ରୀଙ୍କ ସହ ସଚେତନ ଯାତ୍ରାରେ ଭାଗ ନେଇଥିଲେ ।ବିଦ୍ୟାଳୟର ସ୍କାଉଟସ୍ ମାଷ୍ଟର ସୁରେଶ ଚନ୍ଦ୍ର ପାଢ଼ୀ, ରାଜେଶ ପାତ୍ର, ଶ୍ରୀନୁ ପାତ୍ର, ବ୍ରଜକିଶୋର ଦାଶ, ନିନୀ ସାହୁ, ଅରୁନ୍ଧତୀ ପାଢ଼ୀ, ଶୁଭଶ୍ରୀ ସାବତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here