ରାଜ୍ୟ ସ୍ତରୀୟ ‘ସୁରଭି’ ପାଇଁ ଯୋଗ୍ୟ ବିବେଚିତ ହେଲେ ଛାତ୍ରୀ ବୈଷ୍ଣବୀ ପ୍ରଧାନ

0
416

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଳକ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ବୈଷ୍ଣବୀ ପ୍ରଧାନ କଣ୍ଠ ସଂଗୀତ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ସୁରଭି 2022 କାର୍ଯ୍ୟକ୍ରମ ପାଇଁ ଯୋଗ୍ୟା ବିବେଚିତ ହୋଇଛନ୍ତି ାଏହି ସଫଳତା ନିମିତ୍ତ ତାଙ୍କୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଓ ଷ୍ଟାଫ ତଥା ସି.ଆର୍.ସି.ସି ଙ୍କୁ ବି.ଇ.ଓ ଏସ ଧନଞ୍ଜୟ ଶୁଭେଛା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ା ଡୁମାକୁମ୍ପା କ୍ଳଷ୍ଟର ତରଫରୁ ସି.ଆର.ସି.ସି ତ୍ରିନାଥ ବେହେରା ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ତରଫରୁ ବୈଷ୍ଣବୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ା ବଡବାପା ଦିଲ୍ଲିପ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ବୈଷ୍ଣବୀ ସଂଗୀତ ଶିକ୍ଷା ସହ ହାରମୋନିୟ ବଜାଇ ପାରନ୍ତି ା ଭଞ୍ଜନଗର ସ୍ଥିତ ଓମ ସଂଗୀତ ଏକାଡେମୀରେ ଗୁରୁ ପ୍ରଦୀପ ସ୍ବାଇଁ ଙ୍କ ଠାରୁ ସଂଗୀତ ଶିକ୍ଷା କରିଥିବା ବୈଷ୍ଣବୀ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ ଘୁମୁସର ତଥା ଭଞ୍ଜନଗର ବ୍ଳକ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here