ପାଣି ଜାଲିରେ ଫସିଥିବା ଢାମଣାକୁ ଉଦ୍ଧାର ଓ ଚିକିତ୍ସା

0
231

ବ୍ରହ୍ମପୁର: ଘରରେ ଡ୍ରେମ ପାଣି ଜାଲିରେ ଫସି ରହିଥିବା ଡାମଣା ସାପକୁ ଉଦ୍ଧାର କରିବା ସହିତ ତାହାର ଚିକିତ୍ସା କରାଯାଇଛି । ସୂଚନା ମୁତାବକ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ବାସ ଭବନ ସମ୍ମୁଖରେ ଥିବା ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘର ଜାଲିରେ ଏକ ଢାମଣା ସାପ ଫସି ରହିଥିଲା । ଏହା ଦେଖି ସେମାନେ ସର୍ପ ଉଦ୍ଧାରକ ଶ୍ରୀକାନ୍ତ ନାହାକଙ୍କୁ ଖବର ଦେଇଥିଲେ । ଶ୍ରୀକାନ୍ତ ଘଟଣା ସ୍ଥଳରେ ପହଞ୍ଚି କୌଶଳକ୍ରମେ ପାଣି ଜାଲି ସମେତ ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ସାପଟିକୁ ଶ୍ରୀକାନ୍ତ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟା ସ୍ୱାଧିନ କୁମାର ସାହୁ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ସାପଟିର ଦେହରୁ ଜାଲିଟିକୁ କାଡିବା ସହିତ ସାପଟିର ଚିକିତ୍ସା କରାଯାଇଥିଲା । ସାପଟିର ଦେହରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପ୍ରାଣୀ ଚିକିତ୍ସ୍ୟକ କିରଣ ବିଷୋୟି ଏବଂ ତାଙ୍କ ସହଯୋଗୀ ତାହାର ଚିକିତ୍ସା କରିଥିଲେ । ସାପଟିର ଲମ୍ବ ୬ ଫୁଟରୁ ଉର୍ଦ୍ଧ ରହିଥିବା ବେଳେ ବର୍ତ୍ତମାନ ତାହାର ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଏବଂ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here