ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ଜଣେ ଗୁରୁତର

0
746

ଡାବୁଗାଁ(ଗଗନ ଗନ୍ତାୟତ) ଶନିବାର ପୂର୍ବାହ୍ନ ୧୧ ଘ॰ ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ –ବୋରିଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଡାବୁଗାଁ ବ୍ଲକ ଅଧୀନ ବେଲ୍ଲାରୀ ନଦୀ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଡଙ୍ଗରା ଗ୍ରାମ ଆଡୁ ଆସୁଥିବା ମୋଟର ସାଇକେଲ ନଂ ସିଜି ୦୫ ଏଲ ୪୪୧୨ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିବା ୩ ଜଣ ଯୁବକ ବେଲ୍ଲରୀ ନଦୀ ପୋଲ ପାରି ହେବ ପରେ ମଧ୍ୟରେ ଏକ ବୁଲାଣି ଉପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଥିଲେ | ଫଳରେ ମୋଟର ସାଇକେଲ ଚାଳକ ଗୁରୁତ୍ତର ଭାବେ ଆହତ ହୋଇଥିଲେ | ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଖବର ପାଇ ଡାବୁଗାଁ ଅଗ୍ନିସମ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା | ଗୁରୁତ୍ତର ଆହତ ଜଣଙ୍କ ହେଲେ ଡଙ୍ଗରା ଗ୍ରାମର ସମୀର ଓଡ (୨୬) ବୋଲି ଜଣାପଡିଛି | ଅଗ୍ନିସମ ବିଭାଗ କର୍ମଚାରୀ ଙ୍କ ଠାରୁ ଖବର ପାଇ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ

LEAVE A REPLY

Please enter your comment!
Please enter your name here