ଲାଠିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା,ଶହ ଶହ ମହିଳାଙ୍କ ଶକ୍ତି ପ୍ରଦର୍ଶନ

0
245

କୁକୁଡାଖଣ୍ଡି:ଅକ୍ଟୋର ୨ ତାରିଖ ଠାରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଦଳର ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଏହି ଜନ ସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଲୋକଙ୍କ ସହିତ କିଭଳି ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଏହାର ମୁଖ୍ୟ ଉଧେଷ୍ୟ ଅଟେ । ବୁଧବାର ଦିନ କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ଲାଠି ପଞ୍ଚାୟତରେ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ପଦ ଯାତ୍ରା ଲାଠି ସରପଞ୍ଚ ରାଧା ମୋହନ ସେଠୀଙ୍କ ତତ୍ତ୍ୱାବଧାନରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମାନେ ଯୋଗଦେଇ ଶକ୍ତି ପ୍ରଦର୍ଶନ କରିଥିଲେ ।ପ୍ରଥମେ ଲାଠୀ ଛକରୁ ଏହି ପଦ ଯାତ୍ରା ବାହାରି ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଏବଂ ଗ୍ରାମର ପ୍ରତ୍ୟେକ ସାହି ସାହି ବିଜେଡି ସରକାରଙ୍କ ଜନ କଲ୍ୟାଣ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ବ୍ଲକ ସଭାପତି ସୀତାରାମ ସାହୁ,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ,ଉପସଭାପତି କୈଳାଶ ବିଷୋୟୀ,ରବୀନ୍ଦ୍ର ମହାରଣା,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,ଲାଠି ସମିତି ସଭ୍ୟ ଜଗନ୍ନାଥ ଭୂୟାଁ,ସୀମାଞ୍ଚଳ ପାତ୍ର,ବଶିଷ୍ଠ ଜେନା,ନିରଞ୍ଜନ ମହାନ୍ତି,କ୍ରାନ୍ତୀ କୁମାରୀ ଦେବୀ,ବି.ରବୀନ୍ଦ୍ର ପାତ୍ର,ଟି. ରଘୁପ୍ରସାଦ ପାତ୍ର,ନମିତା ପାତ୍ର,ମାମି ସାସମଲ,ବନ୍ଦନା ସେଠି,ପ୍ରଶାନ୍ତ ସ୍ବାଇଁ,ସଞ୍ଜୟ ସାହୁ,ଗୌରୀ ଶଙ୍କର ପାତ୍ର,ସୁକାନ୍ତ ସାସମଲ,ସଦାନନ୍ଦ ଗୌଡ଼,ବିରେନ୍ଦ୍ର ଗୌଡ଼ଙ୍କ ସମେତ ଛାତ୍ର ନେତା,ଯୁବ ନେତା ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here