ଦାଶପୁର ଛକରୁ ୯ ଫୁଟର ଅଜଗର ସାପ ଉଦ୍ଧାର

0
224

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ଦାଶପୁର ଛକ ନିକଟରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସୂଚନା ମୁତାବକ ଗତକାଲି ରାତ୍ର ସମୟରେ ଦାଶପୁର ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ପାଖରେ ବିରାଟକାୟ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ କର୍ମଚାରୀ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁଙ୍କୁ ଖବର ଦେଇଥିଲେ । ଏହାପରେ ସ୍ୱାଧିନ ସେଠାରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ କେନାଲରୁ ୯ ଫୁଟର ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ପାରା ବନ କର୍ମଚାରୀ କପିଲେଶ୍ୱର ଦାଶ ସହଯୋଗ କରିଥିଲେ । ସେହିପରି ଉଦ୍ଧାର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ତାହାର ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଥିବା ବନପାଳ ବାବୁ ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here