ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ

0
254

ବେଗୁନିଆପଡା: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଛକ ନିକଟରେ ଏକ ୱେଲଡିଂ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ବୁଡୁ ଦାସ(୩୫) । ବୁଡୁଙ୍କ ପିତାଙ୍କ ନାମ ନରସିଂହ ଦାସ ହୋଇଥିବା ବେଳେ ତାଙ୍କ ଘର ପୁରୁଣା ବ୍ରହ୍ମପୁର ନିକଟ ବାଉରୀ ସାହିରେ । ବୁଡୁ ବ୍ଲକ ଛକ ନିକଟ ୱେଲଡିଂ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ସେଠାରୁ ତାଙ୍କ ଚିକିତ୍ସା ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବେଗୁନିଆପଡା ଫାଣ୍ଡି ଏଏସଆଇ ଶରତ ଚନ୍ଦ୍ର ମହାପାତ୍ର ଏକ ୨୭/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here