ବିସିସି ବ୍ୟାଙ୍କ ନିର୍ବାଚନକୁ ନେଇ କୁକୁଡ଼ାଖଣ୍ଡି ବ୍ଲକ ବିଜେଡିରେ ତେଜୁଛି ବିବାଦ !

0
565

କୁକୁଡ଼ାଖଣ୍ଡି:କୁକୁଡାଖଣ୍ଡି ବ୍ଲକ ବିଜେଡିରେ ସମବାୟ ନିର୍ବାଚନ ପରିପ୍ରେକ୍ଷିରେ ଦଳୀୟ ଗୋଡ଼ଟଣା ଗୋଷ୍ଠୀବିବାଦ ଚରମ ସୀମାରେ ପହଞ୍ଚୀଥିବା ନେଇ ଆଲୋଚନା ହେଉଛି ।ଯାହାକୁ ନେଇ ବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକରେ ନେତା ନେତାଙ୍କ ମଧ୍ୟରେ ଅନ୍ତଃ କନ୍ଦଳ ବୃଦ୍ଧି ପାଉଥିବା ବେଳେ ବ୍ଲକ ବିଜେଡିର ଅପାରଗତା ଯୋଗୁଁ ଜିଲ୍ଲା ସମବାୟ ସଙ୍ଘ ନିର୍ଦେଶକ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ କଂଗ୍ରେସ ସମର୍ଥିତ ପାର୍ଥି ବୃନ୍ଦାବନ ଖଟେଇଙ୍କ ବିଜୟୀ ପରେ ବ୍ଲକ ବିଜେଡିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସେହିପରି ଚଳିତ ମାସ ୩୦ ତାରିଖରେ ବିସିସି ବ୍ୟାଙ୍କ ପରିଚାଳନା ବୋର୍ଡ ନିର୍ଦେଶକ ନିମନ୍ତେ ନିର୍ବାଚନ ପକ୍ରିୟା ଚାଲିଅଛି । କିନ୍ତୁ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡାଖଣ୍ଡି ବ୍ଲକର ୧୧ନମ୍ବର ଜୋନରୁ ସନାତନ ସଂଗ୍ରାମ ସିଂଙ୍କୁ ପାର୍ଥି ଘୋଷଣା କରିଥିଲେ l କିନ୍ତୁ ଏହି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ତାଙ୍କ ସମର୍ଥନରେ ଦଳୀୟ ବିଧାୟକ ଙ୍କ ପ୍ରାର୍ଥୀ ସନାତନ ସଂଗ୍ରାମ ସିଂ ଙ୍କୁ ଟକ୍କର ଦେବା ପାଇଁ କୁକୁଡାଖଣ୍ଡି ସମବାୟ ସଭାପତି ଶିବରାମ ପାତ୍ରଙ୍କ ପାଇଁ ଲାଗିପଡିଛନ୍ତି ।ଏହା ବ୍ୟତୀତ ବାଇଗଣବାଡ଼ି ସୋସାଇଟି ସଭାପତି ସୁଧୀର ରାଉତଙ୍କୁ ଜିଲ୍ଲା ବିଜେଡିର ରିମୋର୍ଟର ଗୋଷ୍ଠୀ ପାର୍ଥିଭାବେ ମୈଦାନକୁ ଓହ୍ଲାଇଥିବା ଜଣାପଡୁଛି l ଏବେ ଶିବରାମ ପାତ୍ର ଦଳୀୟ ସମର୍ଥନରେ ଲଢ଼ୁଥିବା କହିବୁଲୁଥିବା ବେଳେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୬ନଂ ଜୋନରୁ ଲଢ଼ୁଥିବା ବିଜେଡି ସମର୍ଥିତ ପାର୍ଥୀନୀଙ୍କୁ ଭୋଟ ଦେବା ପାଇଁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏକ ସଭା ଆୟୋଜନ କରି ବିଜେଡି ସମର୍ଥିତ ପ୍ରାର୍ଥୀନୀଙ୍କୁ ଭୋଟ ଦେବା ପାଇଁ ଦଳୀୟ କର୍ମୀଙ୍କୁ ନିଜେ ନିବେଦନ କରିଛନ୍ତି । କିନ୍ତୁ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିପ୍ଳବ ପାତ୍ର ନିଜ ଦଳୀୟ ପାର୍ଥିଙ୍କ ସପକ୍ଷରେ ପ୍ରଚାର କରୁନାହାନ୍ତି ।ଯାହାକି ଦଳରେ ଆଉ କୌଣସି ଶୃଙ୍ଖଳା କି ନେତାଙ୍କ ଗୁରୁତ୍ୱ ନରହି ଦଳ ବିଭାଜନ ଆଡକୁ ଗତି କରୁଥିବା ସ୍ୱଷ୍ଟ ହୋଇ ଯାଉଛି ।ଏବେ ଦେଖିବାକୁ ବାକି ରହିଲା କେବଳ ଜିଲ୍ଲା ବିଜେଡି ସଭାପତି ଦଳୀୟ ପାର୍ଥୀଙ୍କ ବିରୋଧରେ ଛିଡାହୋଇଥିବା ପାର୍ଥିଙ୍କ ବିରୋଧରେ କିପ୍ରକାର ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛନ୍ତି ନା ହାତ ଟେକି ଚୁପ୍ ରହୁଛନ୍ତି । ତାହା କେବଳ ଦେଖିବାକୁ ବାକି ରହିଲା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here