ଶିହଳାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା , ଶତାଧିକ ମହିଳାଙ୍କ ହୁଳୁ ହୁଳି ନାଦରେ କମ୍ପିଲା ପଞ୍ଚାୟତ

0
256

କୁକୁଡାଖଣ୍ଡି:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଦଳର ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଜନ ସମ୍ପର୍କ ପଦଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି ।ଏହି ପଦ ଯାତ୍ରାର ମୂଳ ଉଧେଷ୍ୟ ହେଲା, ଲୋକଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା । କୁକୁଡାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ବ୍ଲକର ଶିହଳା ପଞ୍ଚାୟତରେ ଶୁକ୍ରବାର ଦିନ ବ୍ଲକ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମିତିସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦ ଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ । ପ୍ରଥମେ ଟାମଣା ଛକରୁ ବାହାରି ମେଦିନୀପୂର,ସିଙ୍ଗାବାଡି, ଶିହଳା ଗ୍ରାମ ପରିକ୍ରମା କରିଥିଲେ ।ପରିଶେଷରେ ଶିହଳା ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ ।ଏହି ପଦ ଯାତ୍ରାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ,ଉପସଭାପତି କୈଳାଶ ବିଷୋୟୀ,ସ୍ଥାନୀୟ ସରପଞ୍ଚ କୁନି ପାତ୍ର,ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ,ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼,ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା,ସାଂସଦ ପ୍ରତିନିଧି ନିର ମହାନ୍ତି,ଲାଠି ସରପଞ୍ଚ ରାଧା ମୋହନ ସେଠି,ପୁଷ୍ପାଞ୍ଜଳି ଗୌଡ଼,ବାବୁଲା ସାହୁ,ଶିହଳା ପଞ୍ଚାୟତ ବିଜେଡି ସଭାପତି ରାଜେନ୍ଦ୍ର ଗୌଡ଼,ଶଙ୍କର ଗୌଡ଼,କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠି,ଜଗଦଳପୁର ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀ ,ସୁକାନ୍ତ ସାସମଲ,ସୁରେଶ କୁମାର ସେଠି,ପୂର୍ବତନ ସରପଞ୍ଚ ବିପ୍ରଚରଣ ନାୟକ,ଗୌରୀ ଶଙ୍କର ପାତ୍ର,ତରୁଣ କୁମାର ପାତ୍ର,ସଞ୍ଜୟ କୁମାର ସାହୁ,କେ.ମଣି ବାବୁ,ରଘୁପ୍ରସାଦ ପାତ୍ର,କାଙ୍କିଆ ସରପଞ୍ଚ ଶେଖର ନାୟକଙ୍କ ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here