ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

0
590

ବୁଗୁଡା :ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗର + ୩ ପ୍ରଥମ ବର୍ଷରେ ଯୋଗଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ବୃନ୍ଦଙ୍କୁ ନେଇ ଅକ୍ଟୋବର ୨୮ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ଭାବେ ଗଭର୍ଣ୍ଣିଙ୍ଗି ବଡି ପ୍ରେସିଡେଣ୍ଟ ରଜନୀକାନ୍ତ ଭଟ୍ଟ ଯୋଗଦେଇଥିବା ବେଳେ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ,ଓ ଅଧ୍ୟାପକ ବିନୋଦ କୁମାର କର ଯୋଗଦେଇଥିଲେ। ଅତିଥି ଓ ଅଧ୍ୟାପକ ବୃନ୍ଦ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀ ବୃନ୍ଦ ଚରିତ୍ର ଗଠନ ଓ ନୈତିକ ଶିକ୍ଷା ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାସହ ଉତ୍ତମ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। କଲେଜରେ ଯୋଗଦେବା ପରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ପାଇଁ ଅଧ୍ୟାପକ ବୃନ୍ଦ ଙ୍କ ସହ ଅଭିଭାବକମାନଙ୍କ ସମାନ ଦ୍ୱାୟିତ୍ୱ ରହିଲେ ଛାତ୍ରଛାତ୍ରୀଙ୍କ ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ସଭାର ଅନ୍ତିମ ପର୍ଯ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅତର୍କିତ ଭାବେ କଲେଜ ପରିଦର୍ଶନରେ ଆସି ସଭାକାର୍ଯ୍ୟରେ ଯୋଗଦେଇଥିଲେ। ଉପଜିଲ୍ଲାପାଳ ଶ୍ରୀ ରାୟ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ଦେଇ ପ୍ରକାଶ କରିଥିଲେଯେ ବହୁ ଗ୍ରାମାଞ୍ଚଳ ଛତ୍ରଛାତ୍ରୀ ଭାରତ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନଜରକୁ ଆସିଛି। ଛାତ୍ରଛାତ୍ରୀ ବୃନ୍ଦ କଠିନ ପରିଶ୍ରମ କରି ପ୍ରଶାସନିକ ସେବାରେ ଯୋଗଦେଇ ପାରିଲେ କଲେଜ , ଅଧ୍ୟାପକ, ପିତାମାତା ଓ ଅଞ୍ଚଳର ସୁନାମ ଅର୍ଜନ କରିପାରିବ ବୋଲି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here