ଧନେଇ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ, ତଳୁଆ ଅଞ୍ଚଳ ଲୋକଙ୍କୁ ସତର୍କ ସୂଚନା

0
258

ପୋଲସରା: ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଜଳଭଣ୍ଡାରରେ ୧୦୦ ପ୍ରତିଶତ ଜଳ ପୂର୍ଣ୍ଣ ହେବା ପରେ ଧନେଇ ନଦୀରେ ବନ୍ୟାଜଳ ଛଡ଼ାଯିବା ଯୋଗୁଁ ଜଳଭଣ୍ଡାର ତଳେ ଥିବା ଗ୍ରାମବାସୀମାନେ ସତର୍କ ରହିବାକୁ ଧନେଇ ଜଳସେଚନ ଉପପ୍ରଭାଗ ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଅନୁରୋଧ କରିଛନ୍ତି। ଧନେଇ ଜଳଭଣ୍ଡାରରେ ପୂର୍ଣ୍ଣ ଜଳ ଧାରଣ ଉଚ୍ଚତା ୮୮.୭୦ ମିଟର ଥିବା ବେଳେ ବର୍ତ୍ତମାନ ତାହା ୮୮.୮୦ ମିଟରରେ ରହିଅଛି। ଅର୍ଥାତ ଜଳସ୍ତର ଆହୁରି ୦.୧୦ ମିଟର ଅଧିକ ଥିବା ଯୋଗୁଁ ଜଳ ନିର୍ଗମ ପଥ ଦେଇ ଏକ ସେକଣ୍ଡରେ ୨.୮୦ ଘନମିଟର ପାଣି ଯାଉଥିବା ବେଳେ କେନାଲରେ ଏକ ସେକଣ୍ଡରେ ୪.୩୮୦ ଘନମିଟର ପାଣି ଯାଉଅଛି। ଜଳ ନିର୍ଗମ, କେନାଲ ଓ ବାଷ୍ପୀକରଣ ରେ ଏକ ସେକଣ୍ଡରେ ମୋଟ ୭.୦୬୯ ଘନମିଟର ଜଳ ନିଷ୍କାସନ ହେଉଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ମଧ୍ୟକୁ ଏକ ସେକଣ୍ଡରେ ୧୧.୫୬୩ ଘନ ମିଟର ଜଣ ପ୍ରବେଶ କରୁଅଛି। ଜଳ ଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୩୧୨.୭୩ ହେକ୍ଟ ମିଟର ଥିବା ବେଳେ ଅଧିଭାର କ୍ଷମତା ୩୩.୧୫ ହେକ୍ଟ ମିଟର ରହିଅଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଧନେଇ ଜଳ ଭଣ୍ଡାର ଅଞ୍ଚଳରେ ୧୩ ମିଲି ମିଟର ବର୍ଷା ହେବା ସହ ଆଜିସୁଧା ମୋଟ ୪୮୫ ମିଲି ମିଟର ବର୍ଷା ହୋଇଅଛି। ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଧନେଇ ନଦୀକୁ ଅଧିକା ଜଳ ଛାଡିବାକୁ ବିଭାଗ ବାଧ୍ୟ ହୋଇଛି। ଧନେଇ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଧନେଇ ଜଳଭଣ୍ଡାରର ତଳ ମୁଣ୍ଡରେ ଥିବା ଗ୍ରାମବାସୀଙ୍କୁ ସତର୍କ କରାଇବା ସହ ପୋଲସରା, କବିସୂର୍ଯ୍ୟ ନଗର ଓ ଆସିକା ତହସିଲଦାର, ବିଡ଼ିଓ, ପୋଲିସ ଥାନା ଓ ଅଗ୍ନିଶମ ବିଭାଗ ସମେତ ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭାବରଡା, ତେନ୍ତୁଳିଆ, ମଧୁପଲ୍ଲୀ, ନିମିନା, ଜକର, କଲମ୍ବ, ଘୋଡାପଲାଣ ଓ ପାଇକ ଯମୁନା ସରପଞ୍ଚ ବୃନ୍ଦଙ୍କୁ ଅବଗତ କରାଯାଇଥିବା ସହ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here