କୁକୁଡ଼ାଖଣ୍ଡି ତହସିଲଦାରଙ୍କ ଦ୍ଵାରା ବେଆଇନ ବାଣ ଜବତ

0
383

କୁକୁଡାଖଣ୍ଡି : କୁକୁଡାଖଣ୍ଡି ତହସିଲଦାର ଓ ସଦର ପୋଲିସ ଟିମ୍ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଦୂଷଣ କରୁଥିବା ବାଣ ବିକ୍ରି ହେଉଥିବା ବେଳେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଚଢ଼ାଉ କରିଛନ୍ତି ।ବିନା ଅନୁମତିରେ ବିକ୍ରି ହେଉଥିବା ଭିଡା ବାଣ ଗୁଡିକକୁ ମଧ୍ୟ ଜବତ କରିଛନ୍ତି ତହସିଲଦାର ।ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ନୂଆ ନେତାଜୀ ନଗରରେ ଠାରେ ବେଆଇନ ଭିଡା ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା ।ହେଲେ ଏହି ଅଭିଯୋଗକୁ ଭିତି କରି ବାଣକୁ ଜବତ କରିବା ସହ ଦୋକାନକୁ ସିଲ କରାଯାଇଥିବା ସୂଚନା ମିଳିଛି । ସେହିପରି କୁକୁଡାଖଣ୍ଡି ଏବଂ ଡେଙ୍ଗାପଦର ଠାରେ ମଧ୍ୟ ଶବ୍ଦ ପ୍ରଦୂଷଣ ହେଉଥିବା ବେଆଇନ ଭିଡା ବାଣକୁ ଜବତ କରିଥିଲେ ତହସିଲଦାର ଏବଂ ସଦର ପୋଲିସ ।ଡେଙ୍ଗାପଦର ନିକଟରେ ବ୍ରହ୍ମପୁର ବାଣ ମାର୍କେଟ ରହିଥିବା ବେଳେ ବହୁ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଗୁଡିକୁ ଲୁଚାଛପାରେ ବିକ୍ରିକରୁଛନ୍ତି ବାଣ ବିକ୍ରେତା । ଏନେଇ ଖବର ପାଇ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଚଢ଼ାଉ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here