ଦୁର୍ଘଟଣାରେ ମୃତ୍ୟୁ ବରଣ : ରେଡକ୍ରସ ପାଣ୍ଠିରୁ ମିଳିଲା ସହାୟତା

0
315

ବୁଗୁଡା :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଗ୍ରାମର ରାଜେଶ ଡାକୁଆ(୨୩) ଅକ୍ଟୋବର ୧୪ ତାରିଖରେ ମୃତ୍ୟୁ ବରଣ କରିଥିବା ବେଳେ ରେଡକ୍ରସ ପାଣ୍ଠିରୁ ସହାୟତା ଦିଆଯାଇଛି। ରାକେଶଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଜାଣିବାପରେ ଅକ୍ଟୋବର ୧୫ ତାରିଖ ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବୁଗୁଡା ତହସିଲଦାରଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତ ଦେବାକୁ ପରାମର୍ଶ ଦେଇଥିଲେ। ଅକ୍ଟୋବର ୧୮ ତାରିଖ ଦିନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରାଜେଶଙ୍କ ବାପା ସୁଶାନ୍ତ କୁମାର ଡାକୁଆଙ୍କୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ସମୟରେ ଭାଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଓ ସୁବ୍ରତ ରାଖଲ ଦାସ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here