ଦିଗପହଣ୍ଡି:ଦିଗପହଣ୍ଡି ବ୍ଲକର ଖମାରିଗାଁ ଓ ସହଦେଵ ଟିକରପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିଧବା,ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ମାନଙ୍କୁ ମାସିକ ଭତା ବଣ୍ଟନ କରାଯାଇଛି,ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଓଡିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ଡ଼ଃ ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଅତିଥି ଭାବରେ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ସୁନିତା ସେଠୀ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିବା ସହିତ ଗ୍ରାମ ବାସୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସଂମାନିତ ଅତିଥି ଭାବରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ଏମ୍. ନିରଞ୍ଜନ ରେଡି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ,ବିଜୁ ଯୁବ ଜନତା ଦଳର ବ୍ଳକ ସଭାପତି ଚିତ୍ରସେନ ଗୌଡ଼,ସ୍ଥାନୀୟ ଦୁଇ ସରପଞ୍ଚ ଓ ସମିତିସଭ୍ୟ, ସମାଜସେବୀ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ମନୋଜ କୁମାର ପାତ୍ର