କାର୍ଯ୍ୟରତ ଶିକ୍ଷକ ଭରତ ଡାକୁଆଙ୍କ ଦେହାନ୍ତ

0
426

ପୋଲସରା (ନ୍ୟୁଜଏକ୍ସଟ୍ରା )ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଜେ.ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ଭରତ ଡାକୁଆଙ୍କ ଅକାଳ ବିୟୋଗ ହୋଇ ଯାଇଛି । ସ୍ୱର୍ଗତ ଶିକ୍ଷକ ଶ୍ରୀ ଡାକୁଆ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ଦେବାସହ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ଥିଲେ। ଶ୍ରୀ ଡାକୁଆଙ୍କ ନିଜ ଗ୍ରାମ ନାହାଡା ଆମ୍ବପୁଆ ହୋଇଥିବା ବେଳେ ସେହି ଅଞ୍ଚଳରେ ଘରଭଡାରେ ରହି ଜେ.ଡେଙ୍ଗାପଦର ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସ୍ବାସ୍ଥ୍ୟ ଖରାପ ହେବାରୁ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଶିକ୍ଷକ ଶ୍ରୀ ଡାକୁଆଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକେ ଅସହାୟ ପ୍ରକାଶ ସହ ଧର୍ଯ୍ୟହରା ହୋଇ ପଡ଼ିଥିବା ବେଳେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମ ନାହାଡା ଆମ୍ବପୁଆ କୁ ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here