ବିଏମସି କମିଶନରଙ୍କ ସହର ତଳି ଅଞ୍ଚଳ ପରିଦର୍ଶନ ସହ ଡ୍ରେନେଜ୍ ବ୍ୟବସ୍ଥାର ଅନୁଧ୍ୟାନ

0
226

ବ୍ରହ୍ମପୁର:ସହର ତଳି ଅଞ୍ଚଳ ନିକଟରେ ଅବସ୍ଥିତ ବିଏମସିର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ରେଡିଓ ଷ୍ଟେସନ ନିକଟସ୍ଥ ପଦ୍ମନଗର ଅଞ୍ଚଳରେ ମହାନଗର ନିଗମ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ କାର୍ଯ୍ୟର ତଦାରଖ କରିବାକୁ ଆସିଥିଲା ବେଳେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ସହର ତଳି ଅଞ୍ଚଳ ରୂପେ ଜଣାଶୁଣା ବ୍ରଜନଗର ଅଞ୍ଚଳ ପରିଦର୍ଶନ କରିବା ସହ ବ୍ରଜନଗର ପ୍ରଥମ ଗଳିରେ ବିଏମସି ଦ୍ଵାରା ବୈକୁଣ୍ଠନଗର ସ୍ଥିତ ସ୍ପୋର୍ଟସ ଏରେନା ପାର୍ଶ୍ଵ ଦେଇ ନିର୍ମିତ ନାଲକୁ ଯେଉଁଭଳି ଢଙ୍ଗରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଖୋଲାରେ ଛାଡ଼ିଦିଆଯାଇଛି ତାହାକୁ କମିଟି କର୍ମକର୍ତ୍ତା ମାନେ ଦେଖେଇଲା ପରେ ସେ ଉପସ୍ଥିତ ଅଧିକାରୀମାନଙ୍କୁ ଏ ନେଇ ବିଏମସି ନାଳକୁ କିଭଳି ଖୋଲା ଅବସ୍ଥାରେ ପଞ୍ଚାୟତ ଅଞ୍ଚଳରେ ଛାଡ଼ି ଦିଆଯାଇଛି ଜାଣି ବିସ୍ମୟ ପ୍ରକଟ କରିବା ସହ କମିଟି କର୍ମକର୍ତ୍ତାଙ୍କ ଦାବୀ ଅନୁଯାୟୀ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରି ବ୍ୟବସ୍ଥିତ ଢଙ୍ଗରେ ବ୍ରହ୍ମାନଗର ସ୍ଥିତ ବିଏମସିର ନାଳ ସହ ସଂଯୋଗ କରିବା ପାଇଁ ଡିଆରଡିଏ ପିଡ଼ିଙ୍କ ସହ ଆଲୋଚନା କରି କାର୍ଯ୍ୟ କ୍ରମ ପ୍ରସ୍ତୁତ କରିବାକୁ ଉପସ୍ଥିତ ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତି ଏବଂ କନିଷ୍ଠ ଯନ୍ତ୍ରୀ ରାଜୀବ ମିଶ୍ରଙ୍କୁ କହିଥିଲେ ।ଯେହେତୁ ଏହି ଅଞ୍ଚଳ ଲୋଚାପଡା ପଞ୍ଚାୟତରେ ଆସୁଛି ତେଣୁ ପିଡିଙ୍କ ଅନୁମୋଦନ ନେବା ପାଇଁ କହିଥିଲେ ।ତାସହିତ ତତ୍ କ୍ଷଣାତ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ନାଳ ସଫା କରିବାକୁ କହିଥିଲେ ।ସୂଚନା ଯୋଗ୍ୟ ଯେ ବିଏମସିର ଏହି ଅପରିମାଣିଦର୍ଶି ପଦକ୍ଷେପ ଯୋଗୁଁ ବ୍ରଜନଗର ବାସିନ୍ଦା ବର୍ଷା ହେଲେ ଭୋଗୁଥିବା ନାହିଁ ଅସୁବିଧା ସଂପର୍କରେ ବିଏମସି କମିଶନରଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ଅବଗତ କରାଇଥିଲେ ।ସେହିଭଳି ବ୍ରଜନଗରର ପରିମଳ ଅବସ୍ଥା ଦେଖି ଉଦବେଗ ପ୍ରକାଶ କରିଥିଲେ । କନଭର୍ଜ ମାଧ୍ୟମରେ ଯଦି କିଛି ହେଇପାରିବ ତାହା ତଲାସ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିଲେ ।ଆଜିର ପରିଦର୍ଶନ ସମୟରେ ବିଏମସି ର ଅନେକ ଅଧିକାରୀ ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।ଏହି ଅବସରରେ ସେ କହିଥିଲେ ଯେ ଏହି ସବୁ ଅଞ୍ଚଳ ବିଏମସିରେ ମିଶିବା ପାଇଁ ଯେଉଁ ଆନ୍ଦୋଳନ ହେଉଛି ସେ ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏହା ଉପରେ କାର୍ଯ୍ୟକ୍ରମ ଚାଲିଛି ।କମିଟି ତରଫରୁ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର,ସହ ସମ୍ପାଦକ ବି.ଭି.ସାଗର ଓ ୧୭ ନମ୍ବର ୱାର୍ଡ କର୍ପୋରେଟର ଦୁର୍ଗାଲାୟକ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here