ମିଟର ପରିବର୍ତ୍ତନକୁ ନେଇ ଟିପିଏସଓଡିଏଲ୍ ବିରୋଧରେ ଜିଲ୍ଲା ଉପଭୋକ୍ତା ଅଦାଲତରେ ମାମଲା ରୁଜୁ

0
400

ବ୍ରହ୍ମପୁର:ଟାଟା ପାଓ୍ବାର କମ୍ପାନୀ ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରାଞ୍ଚଳରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ଗତ ଜାନୁଆରୀ ୨୦୨୧ ମସିହା ଠାରୁ ନେବା ପର ଠାରୁ ଉପଭୋକ୍ତା ମାନଙ୍କ ଘରେ ଲାଗିଥିବା ସଠିକ୍ ଚାଲୁଥିବା ମିଟର ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଯାହାକି ଆଇନ ସମ୍ବନ୍ଧୀୟ ନୁହେଁ କିମ୍ବା କୌଣସି ଅଥୋରିଟି ଏପରି କରିବା ପାଇଁ ଟାଟା ପାଓ୍ବାର କମ୍ପାନୀକୁ ନିର୍ଦ୍ଦେଶ ଦେଇଥିବା ସୁଚନା ନାହିଁ ।ଅନ୍ୟ ପକ୍ଷରେ କେଉଁ କାରଣ ପାଇଁ ଉପଭୋକ୍ତାଙ୍କ ସଠିକ ଚାଲୁଥିବା ମିଟରକୁ ପରିବର୍ତ୍ତନ କରାଯାଉଛି,ତା’ର କୌଣସି ସୁଚନା,କିମ୍ବା ବିଜ୍ଞାପନ ମାଧ୍ୟମରେ ସର୍ବସାଧାରଣ ଉପଭୋକ୍ତା ମାନଙ୍କ ଗୋଚରାର୍ଥେ ଜାରି କରାଯାଇନାହିଁ ।ଏଥି ସହ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ-୨୦୦୪ ଅନୁଯାୟୀ ଅର୍ଡର ୨୦୨୨ରେ ଠିକ୍ ଚାଲୁଥିବା ମିଟର ପରିବର୍ତ୍ତନ କରି ଆଉ ଗୋଟିଏ ଠିକ୍ ମିଟର ବସାଇବା ଭଳି ନିର୍ଦ୍ଦେଶ ଦେଇନାହାନ୍ତି । ତତ୍ ସଙ୍ଗେ ଓଇଆରସି କୋଡ-୨୦୦୪ର ଧାରା ୫୯(୪)ଅନୁଯାୟୀ ମିଟର ସେତେବେଳେ ହେବ ମିଟର ପରିବର୍ତ୍ତନ ହେବ,ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ। ବର୍ତ୍ତମାନ ଟିପିଏସଓଡିଏଲ୍ ପକ୍ଷରୁ ଯେଉଁ ମିଟର ପରିବର୍ତ୍ତନ ଚାଲିଛି, ତାହା ଉପରୋକ୍ତ ଦୁଇ ସର୍ତ୍ତ ପୁରଣ କରୁନଥିବା ନଜର ଆସିଛି ।ଏଣୁ ଏପରି ମିଟର ପରିବର୍ତ୍ତନ କରିବା ଉପଭୋକ୍ତାଙ୍କ ସେବାରେ ଅବହେଳିତ କରିବା ସହ ଅସାଧୁ ବ୍ୟବସାୟୀକରଣ ଏବଂ ଟିପିଏସଓଡିଏଲ୍ ର ଏକଚାଟିଆ ବ୍ୟବସାୟୀ ବୃତ୍ତି ସଦୃଶ୍ୟ।ତେଣୁ କୌଣସି ନିର୍ଦ୍ଦେଶ କିମ୍ବା ନିୟମ ନଥାଇ ଟିପିଏସଓଡିଏଲ୍ ପକ୍ଷରୁ ଯେଉଁ ମିଟର ପରିବର୍ତ୍ତନ କାର୍ଯ୍ୟକ୍ରମ କରାଯାଉଛି,ତାହାକୁ ତୁରନ୍ତ ବନ୍ଦ କରାଯିବା ପାଇଁ ଜିଲ୍ଲା ଉପଭୋକ୍ତା ଅଦାଲତରେ ଏକ ମାମଲା(୯୪/୨୦୨୨)ସନ୍ୟାସୀ ଗୌଡଙ୍କ ତରଫରୁ ରୁଜୁ କରାଯାଇଛି ।ମାନ୍ୟବର ଅଦାଲତ ମଧ୍ୟ ଏହାର ଗୁରୁତ୍ୱକୁ ଉପଲବ୍ଧ କରି ମାମଲା ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here