ଚିରିକିପଡା ଶାସନ ଜନ ଆରୋଗ୍ୟ ସମିତି ବୈଠକ

0
273

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଜନ ଆରୋଗ୍ୟ ସମିତିର ବୈଠକ ସେପ୍ଟେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଜନ ଆରୋଗ୍ୟ ସମିତିର ସଭାପତି ୩୮ ନଂ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜନ ଆରୋଗ୍ୟ ସମିତି ପାଣ୍ଠିରେ ଥିବା ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରାଚୀର ନିର୍ମାଣ କରିବା ପାଇଁ ଠିକ କରାଗଲା। ବୈଠକରେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡାକ୍ତର ନାରାୟଣ ସ୍ବାଇଁ, ଚିରିକିପଡା ଶାସନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଡାକ୍ତର କମଳାକାନ୍ତ ଦାସ, ଜନ ଆରୋଗ୍ୟ ସମିତିର ସଦସ୍ୟ ସଦସ୍ୟା ବୃନ୍ଦ ଓ ପଞ୍ଚାୟତ ଲୋକ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here