ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ଓଡିଆଙ୍କୁ ଦି ଇଣ୍ଟେଲେକ୍ଟସର ସମ୍ବର୍ଦ୍ଧନା

0
294

ନୂଆଦିଲ୍ଲୀ :ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡ଼ିଶା ନିବାସ ପରିସରରେ ଏକ ନିରାଡମ୍ବର ପରିବେଶରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଦୁଇ ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି| ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ତଥା ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ସ୍ଥିତ ଆଦିକବି ଶାରଳା ଦାସ ଚେୟାରର ପ୍ରାଧ୍ୟାପକ ପ୍ର. ଉଦୟନାଥ ସାହୁଙ୍କୁ ଓଡିଆ, ବଙ୍ଗଳା ଓ ଅସମୀୟା ଭାଷାରେ ଲିଖିତ ମହାଭାରତ ଓ ତୁଳନାତ୍ମକ ଅଧ୍ୟୟନ ନିମିତ୍ତ ଏହି ଗୌରବ ପ୍ରଦାନ କରାଯାଇଛି| ସେହିପରି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କୁ ବିଶ୍ବର ସର୍ବ କ୍ଷୁଦ୍ର ରଥ ଓ କ୍ଷୁଦ୍ରତମ ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି| ଏହି ଗୌରବ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଦି ଇଣ୍ଟେଲେକ୍ଟସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଓ ଚିନ୍ତକ ଡଃ ଭଗବାନ ପ୍ରକାଶ ଉପୋଢକନ ଓ ସଂଗଠନର ସ୍ମାରକୀ ପ୍ରଦାନ କରି ଦୁଇ ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ସମ୍ମାନିତ କରିଛନ୍ତି| ଏହି ଅବସରରେ ଦ୍ଵାଦଶ ପରୀକ୍ଷାରେ ବିଶେଷ ସଫଳତା ପାଇଁ ଆର୍ଯ୍ୟାନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା| ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲେଖକ ଓ ସମାଜସେବୀ ବିରଜା ମହାପାତ୍ର, ବିଶିଷ୍ଟ ସମାଜ ସେବୀ ଶିଶିର ସାହୁ, ବରିଷ୍ଟ ସାମ୍ବାଦିକ ବିନାୟକ ଦାସ, ସରୋଜ ମହାପାତ୍ର, ପ୍ରଳୟ ବାହାଲି, କ୍ଷିତିଶ ବେଦାନ୍ତ, ବିନୋଦିନୀ ଦେବୀ, ସ୍ମୃତିଧାରା ରାଉତ, ଗାର୍ଗି ରାଉତ, ଶ୍ରଦ୍ଧାଞ୍ଜଳୀ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ| ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସହଶ୍ରାସୁଂ ମହାପାତ୍ର ଓ ଯୁବ ବ୍ୟାପାର ସମ୍ପାଦକ ସୁଜିତ କୁମାର ବିଶ୍ବାଳ ପରିଚାଳନା କରିଥିଲେ|

LEAVE A REPLY

Please enter your comment!
Please enter your name here