ଆର୍ଟ ଏଣ୍ଡ ସ୍କ୍ରାପ ପ୍ରତିଯୋଗିତା ଅନୁଷ୍ଠିତ

0
369

ଭଞ୍ଜନଗର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓସେପା ଆନୁକୁଲ୍ୟରେ ଭଞ୍ଜନଗର ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ୟୁ.ବି ହାଇସ୍କୁଲ ପରିସରରେ ଆର୍ଟ ଏଣ୍ଡ ସ୍କ୍ରାପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ବ୍ଳକର ଶହେ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ମହାତ୍ମା ଗାନ୍ଧୀ ଙ୍କ ଓଡିଶା ଆଗମନ ସମ୍ବନ୍ଧୀୟ ତଥା ବିଭନ୍ନ ସ୍ବାଧିନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ସମ୍ବନ୍ଧୀୟ ସ୍କ୍ରାପ ପ୍ରସ୍ତୁତ କରିଥିଲେ ା ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ସି.ଆର୍.ସି.ସି ମୋହନ ସାହୁ,ତ୍ରିନାଥ ବେହେରା ପ୍ରମୁଖ ଏବଂ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବି.ଇ.ଓ ଏସ୍ ଧନଞ୍ଜୟ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ ା ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ ା ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here