ଏମକେସିଜିରେ ଖସିଲା ଶିଲିଂ,ମେଡିକାଲରେ ଅବ୍ୟବସ୍ଥାକୁ ନେଇ ଧାରଣାରେ ବସିଲା ବିଜେପି

0
271

ବ୍ରହ୍ମପୁର:ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ କେବେ ନିଆଁ ଲାଗୁଛି ତ ପୁଣି କେବେ ସିଲିଂ ଖସି ପଡୁଛି ।ଏଭଳି ବିଭିନ୍ନ ପ୍ରକାର ଅଘଟଣକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଦକ୍ଷିଣ ଓଡ଼ିଶାର ଏକ ମାତ୍ର ସରକାରୀ ଚିକିତ୍ସା କେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡିକାଲ ।ଗତ କିଛି ଦିନ ପୂର୍ବେ ମେଡିକାଲରେ ନିଆଁ ଲାଗି ଯାଇଥିବା ବେଳେ ଆଜି ପୁଣି ଏକ ଅଘଟଣ ଘଟିଯାଇଛି ।ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି ।ସୌଭାଗ୍ୟବଶତଃ ଏହି ସ୍ଥାନରେ କେହି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନ ଥିବାରୁ କାହାର କିଛି କ୍ଷତି ହୋଇନାହିଁ ।ତେବେ କିଛି ଦିନ ପୂର୍ବରୁ ଏହି ୟୁରୋଲୋଜି ୱାର୍ଡରେ ନିଆଁ ଲାଗିଯାଇଥିଲା ।ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।କିଛିଦିନ ପୂର୍ବରୁ ଏହି ମେଡିକାଲର ୪ର୍ଥ ମହଲାରେ ମଧ୍ୟ ଶିଲିଂ ଖସିଥିଲା ।ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାରମ୍ବାର ମେଡିକାଲରେ ଏପରି ଅଘଟଣକୁ ବିରୋଧ କରିଛି ବିଜେପି । ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here