ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷା ବିଭାଗର ଦୁଇ ଜୁନିଅର ଆସିଷ୍ଟାଣ୍ଟ୍

0
409

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ ଲ୍ୟାବ୍ ଆଟେଣ୍ଡାଣ୍ଟଙ୍କ ପେନସନ୍ କାଗଜପତ୍ର ପ୍ରସ୍ତୁତି ପାଇଁ ଗଞ୍ଜାମ ଶିକ୍ଷା ବିଭାଗର ଦୁଇ ଜୁନିଅର ଆସିଷ୍ଟାଣ୍ଟ୍ ୧୦ ହଜାର ଟଙ୍କା ଲାଞ୍ଚ ନେ​ବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ସୁଶିଲ​‌ କୁମାର ପଟ୍ଟନାୟକ ଓ ଆସିକା ସ୍ଥିତ ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ମହାନ୍ତି । ମିଳିଥିବା ସୂଚନା ପ୍ରକାରେ ଆସିକା ଜୟପୁର ନୋଡ଼ାଲ ହାଇସ୍କୁଲର ଅବସରପ୍ରାପ୍ତ ଲ୍ୟାବ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କ ପେନସନ କାଗଜପତ୍ର ପ୍ରସ୍ତୁତି ପାଇଁ ୧୦ ହଜାର ଲାଞ୍ଚ ମାଗିଥିଲେ ।ଏହା ପରେ ଅବସରପ୍ରାପ୍ତ ଲ୍ୟାବ ଆଟେଣ୍ଡାଣ୍ଟ କାଳୀଚରଣ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦାରସ୍ଥ ହୋଇଥିଲେ ।ଯୋଜନା ମୁତାବକ ଆଜି ଉକ୍ତ ଲ୍ୟାବ ଆଟେଣ୍ଡାଣ୍ଟଙ୍କ ୧୦ଟଙ୍କା ନେଇ ଜୁନିଅର ଆସିଷ୍ଟାଣ୍ଟ ସୁଶିଲ ୭୦୦୦ ଓ ପ୍ରଦୀପ ୩୦୦୦ ଟଙ୍କା ଲାଞ୍ଚ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦେଇଥିଲେ ।ଟଙ୍କା ନେବା ପରେ ସୁଶୀଲ ପଟ୍ଟନାୟକ ନିଜ ସାର୍ଟ ପ୍ୟାକେଟରେ ୩ହଜାର ଟଙ୍କା ରଖିଥିବା ବେଳେ ପ୍ରଦୀବ ମହାନ୍ତି ଅଫିସ ଆଲମାରୀରେ ୭ ହଜାର ଟଙ୍କା ରଖିଥିଲେ । ଠିକ୍ ସେହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ଦୁଇ ଜୁନିଅର ଆସିଷ୍ଟାଣ୍ଟଙ୍କୁ କାବୁ କରି ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ସହ ଦଳିଲଗୁଡିକ ଜବତ କରିଥିଲା ।ପରେ ଉଭୟଙ୍କୁ ଭିଜିଲାନ୍ସ ପକ୍ଷରୁ କେସ ନଂ ୧୭/୨୨ରେ ଏକ ମାମଲା ରୁଜୁ କରିବା ସହ ଏକାଧିକ ସ୍ଥାନରେ ଚଢଉ ଜାରି ରହିଥିବା ବେଳେ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ଗଣେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here