ଯାତ୍ରୀବାହୀ ବସ୍ ଧକ୍କାରେ ମହିଳାଙ୍କର ମୃତ୍ୟୁ

0
250

କୁକୁଡାଖଣ୍ଡି : ସଦର ଥାନା ଅନ୍ତର୍ଗତ ରଘୁନାଥପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ରଘୁନାଥପୁର ଗ୍ରାମର ମାଳତୀ ଗୌଡ଼ (୫୮) ।ମାଳତୀ ନିଜ କାମ ସାରି କୁକୁଡାଖଣ୍ଡିରୁ ନିଜ ଗ୍ରାମ ରଘୁନାଥପୁର ଯାଉଥିବା ବେଳେ ଗ୍ରାମଠାରୁ ଅଳ୍ପ କିଛି ଦୂରତାରେ ଦ୍ରୁତଗତିରେ ଯାଉଥିବା (ଓଡି-୦୭ଡବ୍ଲୁ- ୯୫୧୪)ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମାଳତୀ ମୃତ୍ୟୁ ବରଣ କରିଥିଲେ ।ଏହି ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ କୁ ଜବତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିବା ନେଇ ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ଅନ୍ୟପକ୍ଷେ କୁକୁଡାଖଣ୍ଡିରୁ ରଘୁନାଥପୁର ପର୍ଯ୍ୟନ୍ତ ଦୁଇ କିମି ରାସ୍ତା ସମ୍ପୂର୍ଣ ଅନ୍ଧକାର ରହୁଥିବାରୁ ଉକ୍ତ ସ୍ଥାନରେ ବହୁ ସମୟରେ ଦୁର୍ଘଟଣା ଘଟୁଛି । ତୁରନ୍ତ ଉକ୍ତ ସ୍ଥାନର ଉଭୟ ପାର୍ଶ୍ଵରେ ଷ୍ଟ୍ରୀଟ୍ ଲାଇଟ ଲଗାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here