ବେଗୁନିଆପଡ଼ା ଫାଣ୍ଡିକୁ ନୂତନ ଥାନା ଘୋଷଣା :ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଏସପି କୁଂ ଧନ୍ୟବାଦ ଜଣାଇଲେ ଖଲ୍ଲିକୋଟ ରାଣୀ ସାହେବା

0
258

ବେଗୁନିଆପଡ଼ା :ରାଜ୍ୟ ରେ ନୂତନ ଭାବେ ୩୭ଟି ଥାନା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ଟି ନୂତନ ଥାନା ଖୋଲିବା ପାଇଁ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ବେଗୁନିଆପଡ଼ା ଫାଣ୍ଡିକୁ ନୂତନ ଥାନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ଖୁସି ବ୍ଯକ୍ତ କରିଛନ୍ତି ଖଲ୍ଲିକୋଟ ରାଣୀ ସାହେବା ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓ। ଶ୍ରୀମତୀ ରାଣୀ ସାହେବା ବିଧାୟିକା ଥିବା ବେଳେ ବେଗୁନିଆପଡ଼ା ଫାଣ୍ଡିକୁ ଥାନା କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। ୨୦୧୬ ମସିହାରେ ଏନେଇ ପ୍ରସ୍ତାବ ପାରିତ ହେବା ପରେ ବେଗୁନିଆପଡ଼ା କୁ ଥାନା କରାଯିବା ନେଇ ଚୂଡାନ୍ତ ହୋଇଥିଲା। ଏବେ ଥାନା ହେବା ପରେ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ।ତେବେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଣୀ ସାହେବା। ଏଥି ସହିତ ଦକ୍ଷ ଓ ଭଲ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ସେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here